ରାଇକିଆରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ

ରାଇକିଆ (ପ୍ରଦୀପ ବେହେରା)-: କନ୍ଧମାଳ ଜିଲ୍ଲା ରାଇକିଆ ବନଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ରାଇକିଆ ମଣ୍ଡଳ ବିଜେପି ତରଫରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଏହି ଦିବସର ପାଳନ, ଦଳର ଦୀର୍ଘ ବର୍ଷର ଆଦର୍ଶମୟ ଯାତ୍ରା ସମ୍ବନ୍ଧ ରେ କହିବା ସହ ସଙ୍ଗଠିତ ଓ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଦଳକୁ ଆଗକୁ ବଢ଼ାଇବାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ଘରେ ଘରେ ପତାକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ୟେକ ସଦସ୍ୟ ସେମାନଙ୍କ ଘର ସାମନାରେ ପତାକା ଲଗାଇ ଏହି ଦିବସକୁ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ନାରାୟଣ ମହାନ୍ତି, ଗଦାଧର ସାହୁ, ଅରୁଣ ପଣ୍ଡା, ବିପିନ ପଣ୍ଡା, ଦିପୁ ମହାରଣା, ମିଟୁ ବିଶ୍ଵାଳ, ମନୋଜ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ