ରଜ ମହୋତ୍ସବ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳାନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ଯରେ ପରଚାଳିତ ରଜ ମହୋତ୍ସବ ଉଦ୍ଦେଶ୍ଯରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୁନି କୁନି କନ୍ଯା ମାନଙ୍କୁ ମଞ୍ଚ ତରଫରୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ ହୋଇ ଯାଇଛି।ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏ ହି ଉତ୍ସବରେ ବ୍ରହ୍ମପୁରର ଲକ୍ଷ୍ମି ଫାଉଣ୍ଡେସନର ଚେୟାରମ୍ୟାନ ତଥା ଗଞ୍ଜାମ ଜିଲ୍ଲା ଶୌଣ୍ଢିକ ସମାଜର ସଭାପତି ନିରଞ୍ଜନ ସାହୁ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଗଂଜାମ ଜିଲ୍ଲାର ଏକ ଗ୍ରାମାଞ୍ଚଳ ରେ ଏହି ଭଳି ଉତ୍ସବ ଆୟୋଜନ କରାଯାଉଥିବାରୁ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ।ଅନ୍ଯତମ ଅତିଥି ରୂପେ ଗାଁ ସଭାପତି ଅମରେଶ୍ବର ସାହୁ ଯୋଗଦେଇ ଆଗାମୀବର୍ଷ ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କହିଥିଲେ।ଉପଦେଷ୍ଟା କୋରା ମହାରଣା ରଜ ପର୍ବର ଆଭିମୁଖ୍ଯ ଉପରେ ବକ୍ତବ୍ଯ ରଖିଥିଲେ।ମଞ୍ଚର ସଂଯୋଜକ କାମରାଜୁ ମହାରଣା ମଞ୍ଚ ଆନୁକୂଲ୍ଯରେ ଦୀର୍ଘ ସାତ ବର୍ଷ ଧରି ପରିଚାଳିତ ଏଇ ଉତ୍ସବର ବିବରଣୀ ପ୍ରଦାନ କରିଥିଲେ।କୋଷାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବା ବେଳେ ବିଜୟ ଚନ୍ଦ୍ର ଚୌଧୁରୀ, ବାବୁଲା ପ୍ରଧାନ, ଦୁର୍ଯ୍ଯୋଧନ ପ୍ରଧାନ, ଗୋପାଳ ଚନ୍ଦ୍ର ମହାରଣା,ସନ୍ତୋଷ କୁମାର ମହାରଣା,ଗଜେନ୍ଦ୍ର ସାହୁ,ନାରାୟଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସଂପାଦକ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।