ଏନଏଚଆରସିରେ ଚାମେଲି ମାମଲା : ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚାମେଲି ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ମନୋଜ ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଏ ନେଇ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି କରି ଆୟୋଗ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଚାମେଲି ପ୍ରସଙ୍ଗରେ ବାସ୍ତବିକତା ଓ ସତ୍ୟତା କ’ଣ ରହିଛିି ତାହା ଆୟୋଗ ଜାଣିବାକୁ ଚାହିଁଛନ୍ତି। ଏଥିସହ ଏହି ଘଟଣାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱେଚ୍ଛାସେବୀ ଶ୍ରୀ ଜେନା ମାମଲାରେ ଦର୍ଶାଇଛନ୍ତି ଯେ ଚାମେଲିଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା ଏଥିରେ ତାଙ୍କର ମାନବାଧିକାର କ୍ଷୂର୍ଣ୍ଣ ହୋଇଛି।


