ଦ୍ଵିତୀୟ ଲିଗ ମ୍ୟାଚ ରେ ରଣପୁରକୁ ହରାଇଲା ଛତ୍ରପୁର ଟିମ
ଛତ୍ରପୁର, (ଓ୍ବାଇଏନଏସ): ରାଉଲକେଲା ବିର୍ସା ମୁଣ୍ଡା ଷ୍ଟାଡିଅମ ଠାରେ ଚାଲିଥିବା ୪ର୍ଥ ଏଡିସନ ଓଡିଶା ନାଭାଲ ଟାଟା ୧୪ ବର୍ଷ ରୁ ବାଳକ ମାନଙ୍କ ହକି ଗ୍ରାସରୁଟ ଚମ୍ପିୟାନସିପ ରେ ମଙ୍ଗଳବାର ଦ୍ଵିତୀୟ ଲିଗ ମ୍ୟାଚ ଖେଳି ଛତ୍ରପୁର ଟିମ ୪- ୦ ଗୋଲ ରେ ନୟାଗଡ଼ ଜିଲ୍ଲା ରଣପୁରର ହକି ଗ୍ରାସରୁଟ ଟିମ କୁ ହରାଇଛନ୍ତି, ବୁଧବାରଦିନ ତୃତୀୟ ଲିଗ ମ୍ୟାଚ ରେ କଟକ ହକି ପ୍ରଶିକ୍ଷଣ କେନ୍ଦ୍ର ର ଟିମ ସହିତ ଛତ୍ରପୁର ଟିମ ମୁକାବିଲା କରିବ ବୋଲି କୋଚ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି, ଏହି ଚମ୍ପିୟାନସିପ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଥିରେ ଓଡିଶା ର ୩୭ ଟିମ ଭାଗ ନେଇଛନ୍ତି, ଏଥିରୁ ଯେଉଁ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ, ସେମାନଙ୍କୁ ନେଇ ଏକ ଟିମ କରାଯିବ, ଉକ୍ତ ଟିମ ଆଗାମୀ ଦିନ ରେ ଲକ୍ଷ୍ମନ ଠାରେ ହେବାକୁ ଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବ


