ରାଜ୍ୟ ସ୍ତରୀୟ ଜନକଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ବାଲେଶ୍ବର (ସରୋଜ ପଣ୍ଡା):  ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜନକଲ୍ୟାଣ ଯୋଜନା ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା ର ଶୁଭାରମ୍ଭ ଭର୍ଚୁଆଲ  ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର  ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ,ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସିମୁଳିଆର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ବାଲେଶ୍ଵର ମ୍ୟୁନିସିପାଲଟି ଅଧକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ନାୟକ (ଜିଲ୍ଲା ପରିଷଦ) ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ।       , ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ଜଗନ୍ନାଥ ଙ୍କ ନିକଟରେ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ ।ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା, ଓଡ଼ିଶା ସାରା କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ଇଡକୋ ପଡିଆ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜନକଲ୍ୟାଣ ଯୋଜନାର ମୁଖ୍ୟ ମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବା ଅବସରରେ ବରେଣ୍ୟ ଅତିଥି ଗଣ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ, ଜନ ହିତକାରୀ ଯୋଜନାର ସୁଫଳ ଉପରେ ଆଲୋକପାତ କରିଥିଲେ। ସମଗ୍ର ରାଜ୍ୟ ରେ ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରସାଶନ ଗୁରୁତ୍ଵ ଦେବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ପ୍ରତି ହିତାଧିକାରୀଙ୍କୁ ୧୦କିଲୋ ସଂପୂର୍ଣ୍ଣ ମାଗଣା ପାଇ ପାରିବେ।ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଖାଦ୍ୟ ସୁରକ୍ଷାର ସୁନିଶ୍ଚତ ।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ  ଶ୍ରୀଯୁକ୍ତ ଷଡ଼ଙ୍ଗୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଖାଉଟୀ କାର୍ଡ ବଣ୍ଟନ ସହ ଅଙ୍ଗନୱାଡି କର୍ମୀ ଙ୍କୁ ମୋବାଇଲ ଫୋନ ମଧ୍ୟ ବିତରଣ କରିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ (ଜିଲ୍ଲା ପରିଷଦ) ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ନାୟକ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ