ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟିତ
ବାଲେଶ୍ବର (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଏହି ସମ୍ବନ୍ଧିତ ଆଇନଗତ ବ୍ୟବସ୍ଥା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଏକ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ” ଏବଂ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି”ର ଶୁଭ ଉଦ୍ଘାଟନ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ ଶେଖର ପ୍ରଧାନ, ଅତିରିକ୍ତ ଶ୍ରମ ଅଧିକାରୀ ସୁଶ୍ରୀ ସୈଳସୁତା ଦାସ, ରଶ୍ମି ରଂଜନ ସ୍ୱାଇଁ, ବାସୁଦେବ ପଣ୍ଡା,, ସାହେବାଙ୍ଗି ହେମ୍ବ୍ରମ, ଆଇନଜୀବୀ ତଥା ଜୁଭେନାଇଲ ସଦସ୍ୟ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ରଥ, ଭାର ପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ଵାଳ, ବିଭାଗୀୟ କର୍ମକର୍ତ୍ତା,ସେଚ୍ଛାସେବୀ,ଗଣମାଧ୍ ୟମର ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ ଶିଶୁ ଶ୍ରମିକ ନିଷେଧ ଆଇନ ଓ ଶୃଙ୍ଖଳା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ସଚେତନତା ରାଲିଟି ପୂର୍ବାହ୍ନ ୧୦ଘଟିକା ସମୟରେ ବାଲେଶ୍ୱର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଶ୍ରମିକ କ୍ଷତି ପୂରଣ ଆୟୁକ୍ତ କାର୍ଯ୍ୟାଳୟ ଙ୍କ ପରିସରରୁ ବାହାରି ସହର ପରିକ୍ରମା କରିବା ସହ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଦ୍ଯାପିତ ହୋଇଛି ।ଶିଶୁଙ୍କ ଅଧିକାର ଶିକ୍ଷା ଶ୍ରମ ନୁହେଁ “ଶିଶୁ ଶ୍ରମ ମୁକ୍ତ ଓଡ଼ିଶା – ଆମର ସଂକଳ୍ପ”ପାଇଁ ଏହି ପକ୍ଷ ଜନ ସଚେତନତା ଅଭିଯାନ ଜାରି ରହିଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏହି ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ସମାଜରେ ଏହାର ବ୍ୟାପକ ପ୍ରଭାବ ସମାଜରେ ଶିଶୁ ଶ୍ରମିକ ପ୍ରଥା ଏକ ସାମାଜିକ ବ୍ୟାଧି ଏହାର ବିଲୋପ ପାଇଁ ସମସ୍ତେ ଉଦ୍ୟମ କରିବା ସହ ଉଭୟ ବେଦ୍ୟୁତିକ ଏବଂ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସଚେତନତା ଅଭିଯାନର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ବିନମ୍ବ୍ର ନିବେଦନ ଯେପରି ଏହି ଆଇନଗତ ସଚେତନତା ବାର୍ତ୍ତା ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିପାରିବ।


