ପୋଖରୀ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ବୁଲି ଦେଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅନ୍ତର୍ଗତ ତଥା ସହରର ସଦର ମହାକୁମା ଠାରେ ଐତିହାସିକ ବହୁ ପୁରାତନ ଜଗୁସାଗର ପୋଖରୀ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଦୁତଗତିରେ ଚାଲିଥିବା ବେଳେ ଗୁରୁବାର ଅଚାନକ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ମନ୍ତ୍ରୀ ନିର୍ମାଣ କାର୍ଯ୍ୟର ମାନ, ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ଉପରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତମ ମାନରେ ସମ୍ପନ୍ନ କରିବା ପାଇଁ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଐତିହ୍ୟର ସୁରକ୍ଷା ଓ ଜନସାଧାରଣଙ୍କ ସୁବିଧା ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିଛି। ଜଗୁସାଗର ପୋଖରୀର ନବୀକରଣ କେବଳ ଏକ ଉନ୍ନୟନମୂଳକ ପଦକ୍ଷେପ ନୁହେଁ,ବରଂ ଧାମନଗରର ଗୌରବମୟ ଐତିହ୍ୟକୁ ସଂରକ୍ଷଣ କରିବାର ଏକ ସାର୍ଥକ ପ୍ରୟାସ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ। ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଜଗୁସାଗର ପୋଖରୀର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ଓ ଜନଉପଯୋଗୀ ସ୍ଥାନରେ ପରିଣତ ହେବ ବୋଲି ଆଶା କରାଯାଉଛି। ତେବେ ପୋଖରୀର ଚାରି ପର୍ଶୁଅରେ ଜବରଦଖଲ ଉଛେଦକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଯଥାଶୀଘ୍ର ଉଛେଦ ପାଇଁ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି। ଧାମନଗରର ବିକାଶ ସହ ଏହାର ଐତିହ୍ୟକୁ ସୁରକ୍ଷିତ ରଖିବା ଦିଗରେ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ନେତା କୈଳାଶ ମହାପାତ୍ରଙ୍କ ସମେତ ଅନ୍ୟ ନେତୃ ମଣ୍ଡଳୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ