ଷଡ଼ଙ୍ଗରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫

ହାଟଡିହି (ଓ୍ବାଇଏନଏସ)  : ଆଞ୍ଚଳିକ ସାଧନ କେନ୍ଦ୍ର ଷଡ଼ଙ୍ଗ ତରଫରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ରାମ ବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗ ରେ ଅନୁଷ୍ଠିତ ହୋଇଯାଇଛିl ସିଆରସିସି  ରାଜେନ୍ଦ୍ର କୁମାର ବଳଙ୍କ ଆବାହକତ୍ୱରେ ରାମ ବିକ୍ରମ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗର ଶିକ୍ଷକ ଭଗବାନ ସେଠି ପରିଚାଳନା କରିଥିଲେ l ଆର.ବି ହାଇସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସହ ଶିକ୍ଷାଧିକାରୀ ସୁରେଶ କୁମାର ଜେନା,  ମୁଖ୍ୟ ବକ୍ତା ଭାବେ ବୃନ୍ଦାବନ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ରଣା, ଅଜୟ ରାଉଳ, ବିବେକାନନ୍ଦ ବେହେରା, ରଞ୍ଜନ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବିତର୍କ, ପ୍ରବନ୍ଧ ଲିଖନ, ସଂଗୀତ, ବକ୍ତୃତା, ସାଂସ୍କୃତିକ କାର୍ଯ୍ୟକମ ଆୟୋଜନ ହୋଇଥିଲା l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ବ୍ଲକ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ l ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିଚାରକ ଭାବେ ପପନ ସ୍ୱାଇଁ, ରାକେଶ ସାହୁ, ଗୋଲଖ ଘଡେଇ, ଅଜିତ ନାୟକ, ରତିକାନ୍ତ ପଣ୍ଡା, ପୂଜାସ୍ମିତା ଜେନା, ସତ୍ୟଭାମା ବେହେରା, ସ୍ଵର୍ଣ୍ଣପ୍ରଭା ସା, ସୌମ୍ୟରଂଜନ ମଲ୍ଲିକ, ରାଧାକାନ୍ତ ଖୁଣ୍ଟିଆ, ବଳରାମ ରାଉଳ, ସୁମନ୍ତ ସିଂ, ମଧୁସ୍ମିତା ପହି, ସୁମନ୍ତ ଦାସ, ହରେକୃଷ୍ଣ ଦାସ, ଦିପ୍ତୀରଂଜନ ପଣ୍ଡା, ପାର୍ଥ ମହାରଣା, ପ୍ରଜ୍ଞା ପାତ୍ର, ପ୍ରଦୀପ ମଲ୍ଲିକ, ଓ ଜଗବନ୍ଧୁ ପଢିଆରି ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ