କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହରିହର ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରାଜେନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ବେଗନା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଜେନା, ମୁଖ୍ୟ ବକ୍ତା ଭାବେ ନିଳୋକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପ୍ରାକ୍ତନ ସିଆରସିସି ଦୀନବନ୍ଧୁ ରାଉତ, ଅବସରପ୍ରାପ୍ତ ଶିକ୍ଷକ ନିରାକର ଜେନା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କହ୍ନେଇ ଚରଣ ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ଅତିଥି ପରିଚୟ ଓ ଶିକ୍ଷକ ନିତ୍ୟାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧିନ ୮ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ବକୃତା, ତର୍କ, ରଚନା, ସୂଜନଶୀଳ ଲିଖନ, କୁଇଜ୍‌, ସଙ୍ଗୀତ, ଚିତ୍ରାଙ୍କନ, ଚିତ୍ରକଳା ଓ ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତି ବିଭାଗରେ ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଅସିତ୍ କୁମାର ପୁହାଣ, ରବି ନାରାୟଣ ପାଣି, ସ୍ୱାଧୀନ କୁମାର ସାହୁ, ସନାତନ ଲେଙ୍କା, ଗଣେଶ ପ୍ରସାଦ ସେଠୀ, ବିଭୁଦତ୍ତ ବିଶ୍ୱାଳ, ନାରାୟଣ ମିଶ୍ର, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଶିକ୍ଷକ ଶେଷଦେବ ଜେନା, ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ରାଧାରାଣୀ ସେଠୀ, ମିନତୀ ହେମ୍ବ୍ରମଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ