ସଡକ ଦୃର୍ଘଟଣାରେ ମୃତ୍ୟ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,(ଓ୍ବାଇଏନଏସ): ଗତକାଲି ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଟ୍ରକ ଦୃର୍ଘଟଣାରେ ଜଣେ ନାବାଳିକା ଛାତ୍ରୀର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ବର୍ତିଥିଲେ । ମୃତ ଛାତ୍ରୀ ଜଣକ ହେଲେ କାଳିଆବାଲିର ଅବସରପ୍ରାପ୍ତ ଆର୍ମି କର୍ମଚାରୀ ଏସ୍‌.ଦେବରାଜ ରେଡ୍ଡିଙ୍କ ଝିଅ ଏସ୍‌.ସୃତି ରେଡ୍ଡି(୧୫) । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମାବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସୂଚନା ମୁତାବକ ଦେବରାକ ନିଜ ସ୍କୃଟି ଯୋଗେ ଦୁଇ ପୁଅ ଓ ଝିଅକୁ ବସାଇ କାଳିଆବାଲିରୁ ଛତ୍ରପୁରକୁ ଟ୍ୟୁସନକୁ ଛାଡିବାକୁ ଆସୁଥିଲେ । ଛତ୍ରପୁର ଜାତୀୟ ରଜପଥ ଡିଆରଡିଏ ଛକ ରୁ  ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଏକ ଗାଡି ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସ୍ୟାମ ହରାଇ ରାଜପଥରେ ପଡିଯାଇଥିଲେ । ସେହିସମୟରେ ପଛପଟୁ ଏକ ଟ୍ରକ ଓଡି୦୨ ସିଏମ୩୧୬୫ ର ଚକତଳେ ଝିଅ ସୃତି ପଡିଯାଇଥିବା ଅନ୍ୟମାନେ ରାସ୍ତାରେ ଛିଟିକି ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସୃତିକୁ ମୃତ୍ୟୁ ଘୋଷଣା କରିଥିଲେ । ଦୁଇ ଭାଇ ଏସ୍‌.ବିକାଶ ଓ ଏସ.ଲୋକେଶ ଏବଂ ବାପା ଏସ.ଦେବାରାଜ ବର୍ତି ଯାଇଥିଲେ । ଏସ୍‌,ସୃତି କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ