ବେଆଇନ ମାଟି ଖୋଳୁଥିବା ଜେସିବି ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଗଳଦାରୀ ଗ୍ରାମ ନିକଟରେ ବେଆଇନ ଭାବେ ମାଟି ଖୋଳାକୁ ନେଇ କନିଷ୍ଠ ଖଣି ଅଧୀକାରୀ ଜିତେନ୍ଦ୍ର କୁମାର ଦାସ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗଳଦାରୀ ଗ୍ରାମ ନିକଟରେ ବେଆଇନ ମାଟି ଖୋଳା ଯାଉଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଜାନୁଆରୀ ୧୨ ତାରିଖରେ ଉକ୍ତ ସ୍ଥାନକୁ ଯାଇଥିଲି। ଘଟଣାସ୍ଥଳରେ ଏକ ଜେସିବି ମେସିନ (ନଂ-ଓଡି୩୩ଇ୧୬୪୬) ମାଟି ଖୋଳୁଥିବା ସମୟରେ ଅଟକ ରଖାଯାଇଥିଲା। ଜେସିବି ଚାଳକ ସେହି ସମୟରେ କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରି ସେଠାରୁ ଫେରାର ହୋଇଯାଇଥିଲା। ସେହି ସମୟରେ ଜେସିବି ମାଲିକ କିଛି ଲୋକଙ୍କୁ ଆଣି ତାଙ୍କୁ ଓ ତାଙ୍କ କର୍ମଚାରୀଙ୍କୁ ଧମକ ଚମକ ଦେବା ସହ ଜେସିବି ମେସିନ ଛାଡି ଦେବା ପାଇଁ କହିଥିଲେ। ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେବା ସହ ସ୍ଥାନୀୟ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଥାନାଧିକାରି ଓ ଅତିରିକ୍ତ ତହସିଲଦାର ସେଠାରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ବେଆଇନ ମାଟି ଖୋଳାରେ ନିୟୋଜିତ ଜେସିବି ମେସିନକୁ ଜବତ ଜରିବା ସହ ସରକାରୀ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ଓ ଜେସିବି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସଂର୍ପକରେ ଯାଜପୁର ସର୍କଲର ଡିଡିଏମ୍ ଙ୍କୁ ଅବଗତି ନିମନ୍ତେ ପତ୍ର ପଠାଯାଇଛି।ଏସଂପର୍କରେ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପଚାରିବାରେ ଅଭିଯୋଗ ଉପରେ ତଦନ୍ତ ଜାରି ରହିଥିବା ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ