ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ଚାନ୍ଦଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର,(ସରୋଜ ପଣ୍ଡା): ଆଇନଜଗତର କିମ୍ବଦନ୍ତୀ ପୁରୁଷ ପ୍ରବୀଣ ଆଇନଜୀବୀ ପ୍ରଶାନ୍ତ କୁମାର ଚାନ୍ଦଙ୍କ ବିୟୋଗରେ ଆଜି ବାଲେଶ୍ୱର ଓକିଲ ସଂଘରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଂପାଦକ ସଂବିତ୍ କୁମାର ନନ୍ଦୀ ୰ ଚାନ୍ଦଙ୍କ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେବାପରେ ସଂଘର ସଭାପତି ମୋନଜ କୁମାର ନାୟକ ସଭାର ସଭାପତିତ୍ୱ କରିଥିଲେ। ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ଦାସ, ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ସ୍ମୃତିଚାରଣ କରି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ୰ ଚାନ୍ଦ ବାଲେଶ୍ୱରରେ ପବ୍ଲିକ୍ ସ୍କୁଲ୍‌, ରୋଟାରୀ କ୍ଲବ୍‌, ବାଲେଶ୍ୱର ଲ’ କଲେଜ୍ ପ୍ରତିଷ୍ଠା କରିବା ସହ ବିଭିନ୍ନସାମାଜିକ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ସହ ଜଡ଼ିତ ରହି କେବଳ ବାଲେଶ୍ୱର ନୁହେଁ ସମଗ୍ର ଓଡ଼ିଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ସରକାରୀ ପିପି ଓ ଜି.ପି. (ସରକାରୀ ଓକିଲ) ଭାବେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବା ସହ ରାଜ୍ୟ ଆଇନଜୀବୀ ପରିଷଦ ଓଡ଼ିଶାକୁ ଅନେକଥର ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ (ଭାଇସ୍ ଚେୟାରମ୍ୟାନ୍‌) ଭାବେ ନିର୍ବାଚିତ ହେବା ସହ ମଧ୍ୟ ଅଧ୍ୟକ୍ଷ ଭାବେ ଅନେକ ଦିନ ଧରି ଇନ୍‌ଚାର୍ଯ ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ। ଆଇନ୍ ଜଗତରେ ସେ ଜଣେ ଜାଜ୍ଜ୍ୱଲ୍ୟମାନ ବ୍ୟକ୍ତିତ୍ୱ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କର ବିୟୋଗରେ ଆଇନଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର କର, ଦୀପକ୍ କୁମାର ଦାସ, ବୈଲୋଚନ ଦାସ, ଅଶୋକ କୁମାର ସେନାପତି, ଅବଦୁଲ ମୀର ମଜ୍ଜିଦ୍‌, ଜିତେନ୍ଦ୍ର କୁମାର ଉପାଧ୍ୟାୟ, ପର୍ଶୁରାମ ପ୍ରଧାନ, ଦୀପକ କୁମାର ଦାଶ, ସୁଧାକର ମହାନ୍ତି, ଜୟନ୍ତ କୁମାର ସାହୁ, ସତ୍ୟଜିତ୍ ମିଶ୍ର, ନିରଞ୍ଜନ ପରିଡ଼ା, ଭରତ ଲେଙ୍କା, ସ୍ନେହଲତା ଦାସ, ସରୋଜ ପଣ୍ଡା, ଅରୁଣ ଜେନା, ପ୍ରଭାତ ଦାସ, ସୌରୀଶଙ୍କର ପରିଡ଼ା, ଅକ୍ଷୟ ପାତ୍ର, ଦେବାଶିଷ ପାତ୍ର, ଗୀତାଞ୍ଜଳି ପାଢ଼ୀ, ହେମଲତା ମହାପାତ୍ର, ଲକ୍ଷ୍ମୀକାନ୍ତ ବେହେରା, ଭୁବନାନନ୍ଦ ଦାସ, ତୁଷାରକାନ୍ତି ମହାପାତ୍ର, ଚକ୍ରଧର ମହାନ୍ତି, ମହମ୍ମଦ ଇସଲାମ, ବାସନ୍ତୀ ସାହୁ, ରାମଚନ୍ଦ୍ର ଜେନା, ଗୌତମ ଦାସ, ଭାଗବତ ଜେନା, ଧୀରେନ୍ଦ୍ର ମିଶ୍ର ପ୍ରମୁଖ ସ୍ମୃତିଚାରଣ କରିଥିଲେ। ସଂଘର ଅନ୍ୟତମ ଆଇନଜୀବୀ ଅଜିତ୍ କୁମାର ଦତ୍ତଙ୍କର ମଧ୍ୟ ଗତକାଲି ଦେହାନ୍ତ ହୋଇଥିବାରୁ ସଭାରେ ମଧ୍ୟ ତାଙ୍କର ଅମର ଆତ୍ମାର ସତ୍‌ଗତି କାମନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ