ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ବିବାଦ, କୁଳପତିଙ୍କ ଅଫିସ୍ ଆଗରେ ଧାରଣା

କଟକ, (ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ବିବାଦ । ନାମାଙ୍କନ ଦାଖଲ ସମୟ ଏବଂ ନାମାଙ୍କନ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ରେଭେନ୍ସା ଭିନ୍ନକ୍ଷମ ଛାତ୍ର ସଂଗଠନ ଏବଂ ଏଆଇଡିଏସଓର ସଦସ୍ୟମାନେ । ଏଆଇଡିଏସଓ ପକ୍ଷରୁ ଅଭିଯୋଗ ହୋଇଛି ଯେ, ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ସ୍ୱପ୍ନରାଣୀ ପ୍ରଧାନଙ୍କ ନାମାଙ୍କନକୁ ଯାଞ୍ଚ ସମୟରେ ନାକଚ କରିଦିଆଯାଇଛି । ସ୍ୱପ୍ନରାଣୀ ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ଚତୁର୍ଥ ବର୍ଷର ଛାତ୍ରୀ ହୋଇଥିବାରୁ ତାଙ୍କ ନାମାଙ୍କନ କାଟି ଦିଆଯାଇଥିବା କୁହାଯାଉଛି । ତେବେ ଏଭଳି ନିୟମ ନଥିବା ଦାବି କରିଛନ୍ତି ସ୍ୱପ୍ନରାଣୀ । ନାମାଙ୍କନ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ସେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଅନ୍ୟପଟେ, ନାମାଙ୍କନ ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠିଥିବା ଏହି ପ୍ରଶ୍ନ ଏବେ ରେଭେନ୍ସା କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ପାଲଟିଛି। ନାମାଙ୍କନ ନାକଚ ପଛରେ ପ୍ରକୃତ କାରଣ କ’ଣ? ନିୟମ ଅନୁସାରେ ନାମାଙ୍କନ ନାକଚ ହୋଇଛି ନା ଏଥିରେ କୌଣସି ଅନିୟମିତତା ରହିଛି? ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ