ଏସସିବିରେ ଟିକେଟ୍ ପାଇଁ ଭୋର ୪ଟାରୁ ଧାଡ଼ି ! ଅନଲାଇନ୍ ସୁବିଧା ସତ୍ତ୍ୱେ ରୋଗୀଙ୍କ ଦୁର୍ଦ୍ଦଶା

କଟକ, (ଓ୍ବାଇଏନଏସ): ରୋଗୀଙ୍କୁ ଚିକିତ୍ସା ସେବା ସହଜରେ ଯୋଗାଇଦେବା ଏବଂ ଟିକେଟ୍ ପାଇଁ ଲମ୍ବା ଧାଡ଼ିରୁ ମୁକ୍ତି ଦେବା ଲକ୍ଷ୍ୟରେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ରହିଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଇ-ସ୍ୱାସ୍ଥ୍ୟ ପୋର୍ଟାଲ ମଧ୍ୟ ଉପଲବ୍ଧ କରାଯାଇଛି। ତଥାପି କଟକ ଏସସିବି ମେଡିକାଲରେ ଟିକେଟ୍ ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। କେହି ସକାଳ ୬ଟାରୁ ଧାଡ଼ିରେ ରହୁଥିବା ବେଳେ କିଛି ବିଭାଗରେ ଲୋକେ ଭୋର ୪ଟାରୁ ଆସି ଟିକେଟ୍ ପାଇଁ ଅପେକ୍ଷା କରୁଥିବା ଦୃଶ୍ୟ ଚିନ୍ତାର ବିଷୟ ପାଲଟିଛି। ଧାଡ଼ିରେ ନିଜର ସ୍ଥାନ ବଜାୟ ରଖିବା ପାଇଁ କେହି ଇଟା ଓ ପଥର ରଖୁଛନ୍ତି, କେହି ପାଣି ବୋତଲ ରଖୁଛନ୍ତି ତ ଆଉ କେହି ଜରି ପକାଇ ସ୍ଥାନ ଚିହ୍ନଟ କରୁଛନ୍ତି। ରୋଗୀଙ୍କ ଟିକେଟ୍ ପାଇବା ପାଇଁ ଏଭଳି ଭାବେ ଆଗୁଆ ସ୍ଥାନ ରଖିବାର ଦୃଶ୍ୟ ହସ୍ପିଟାଲରେ ଧାଡ଼ି ପରିଚାଳନା ଓ ରୋଗୀଙ୍କ ସୁବିଧାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥ ଲୋକଙ୍କୁ ଏତେ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବା ନିଶ୍ଚିତ ଭାବେ ଏକ ବଡ଼ ଅସୁବିଧା। ଏଠାରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ପରିହାସ କରିବା ଆମର ଉଦ୍ଦେଶ୍ୟ ନୁହେଁ। ବରଂ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ କିପରି ଅନାବଶ୍ୟକ ଭିଡ଼ ଓ ଦୀର୍ଘ ସମୟର ଅପେକ୍ଷାରୁ ମୁକ୍ତି ମିଳିବ, ତାହା ହିଁ ମୁଖ୍ୟ ପ୍ରଶ୍ନ।  ମେଡିକାଲ ପରିସରର ବିଭିନ୍ନ ସ୍ଥାନରେ ଅନଲାଇନ୍ ଟିକେଟ୍ ସମ୍ପର୍କିତ ସୂଚନା ଥିବା ପୋଷ୍ଟର ଲଗାଯାଇଥିବା ସତ୍ତ୍ୱେ ଲୋକେ କାହିଁକି ଭୋରରୁ ଆସି ଧାଡ଼ିରେ ରହୁଛନ୍ତି? ଏହାର କାରଣ ଜାଣିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ