ଜଗା ପ୍ରେମରେ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ : ଗାଇଲେ ଶ୍ରୀ ଜଗନ୍ନାଥଙ୍କ ଭଜନ

ଆସିକା (ୱାଇଏନ୍‍ଏସ୍‍):  ପବିତ୍ର ହରିଶୟନ ବଡ ଏକାଦଶୀ ତିଥି ଅବସରରେ ଆସିକା ସମବାୟ ଚିନିଶିଳ୍ପ ନିକଟରେ ଆଗଧାଡିର କଣ୍ଠଶିଳ୍ପୀ ମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀ ଶ୍ରୀ ଦଣ୍ଡକାଳୀ ଭଜନ ସମାରୋହ (ଚିନିଶିଳ୍ପ ନୁଆଗାଁ) ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିନିଶିଳ୍ପ ନୁଆଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍ଥାପନା ସମିତିର ପ୍ରଯୋଜନାରେ ଅନୁଷ୍ଠିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଆଗଧାଡିର କଣ୍ଠଶିଳ୍ପୀମାନଙ୍କ ସୁମଧୁର କଣ୍ଠରେ ପରିବେଶିତ ଭଜନରେ ଉପସ୍ଥିତ ଥିବା ଶହ ଶହ ଶ୍ରୋତା ଭାବବିହ୍ୱଳ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆଧ୍ୟାତ୍ମିକ ପ୍ରେମୀ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଚିନିଶିଳ୍ପ ନୁଆଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍ଥାପନା ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡା ଗାଇଥିବା ଲୋକପ୍ରିୟ ତଥା ହୃଦୟସ୍ପର୍ଶୀ ଜଗନ୍ନାଥ ଭଜନ “ନିସ୍ୱ କର ହେ ମୋତେ ବିଶ୍ୱବିହାରୀ” ଉପସ୍ଥିତ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା । ଚିନିଶିଳ୍ପ ନୁଆଗାଁ ସ୍ଥିତ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଭଜନ ସମାରୋହ ପରିଚାଳନା କମିଟିର ମୁଖ୍ୟ ପରିଚାଳକ ସନାତନ ନାହାକ ଓ ଉପଦେଷ୍ଟା ଲୋକନାଥ ମହାନ୍ତି ଏବଂ ମୁଖ୍ୟ ସହଯୋଗୀ ଅନିଲ୍‍ କୁମାର ନାହାକ, ସନ୍ତୋଷ ପାଢୀ, ରାଜେଶ୍‍ ନାହାକଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ହରିଶୟନ ବଡ ଏକାଦଶୀ ତିଥି ଅବସରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌମ୍ୟରଂଜନ ବ୍ରହ୍ମା, ରାହୁଳ କୁମାର ସ୍ୱାଇଁ, ସନାତନ ନାହାକ, ଦିଲୀପ ଶତପଥୀ, ଲିପି ମହାନ୍ତି, ସୁହାନୀ ଶତପଥୀ, ରିୟା ତ୍ରିପାଠୀ, ଶ୍ରୀୟା ତ୍ରିପାଠୀ, ଦିଲୀପ ତ୍ରିପାଠୀଙ୍କ ଭଳି ବହୁ ଆଗଧାଡିର କଳାକାର ମାନଙ୍କ ଦ୍ୱାରା ପରିବେଶିତ ହୋଇଥିବା ଏହି ଓଡିଆ ଏବଂ ହିନ୍ଦୀ ଭଜନ ସମାରୋହ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଜଗତକର୍ତ୍ତା ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ଜଳନ କରି ଏହି ଭଜନ ସମାରୋହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିବା ସାଙ୍ଗକୁ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରର ଗୌରବମୟ ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରା ଉପରେ ଆଲୋକପାତ କରି କଣ୍ଠଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଭଜନ ସମାରୋହ (ଚିନିଶିଳ୍ପ ନୁଆଗାଁ)ର କଣ୍ଠଶିଳ୍ପୀମାନେ ସନ୍ଧ୍ୟା ୭ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଲୋକପ୍ରିୟ ଭଜନ ପରିବେଶଣ କରିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଭଜନର ତାଳେ ତାଳେ ନିମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏହି ସାଂସ୍କୃତିକ ଓ ଭକ୍ତିମୟ ସନ୍ଧ୍ୟାରେ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଭଜନ ସମାରୋହ ଚିନିଶିଳ୍ପ ନୁଆଗାଁର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନ ପରିବେଶଣ କରିଥିଲା ବେଳେ ସଙ୍ଗୀତର ମୁର୍ଚ୍ଚନା ଏବଂ ପ୍ରଭୂଙ୍କ ମହିମାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତମାନେ ବିଭୋର ହୋଇଉଠିଥିଲେ ଯାହା ଚଳିତବର୍ଷର ବାହୁଡା ଯାତ୍ରା ଓ ବଡ ଏକାଦଶୀ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସ୍ମରଣୀୟ କରିପକାଇଥିଲା । ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଭଜନ ସମାରୋହ ଚିନିଶିଳ୍ପ ନୁଆଗାଁର ଉଦ୍‍ଘୋଷକ ଜିତେନ୍‍ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଂଚାଳିତ ହୋଇଥିବା ଏହି ଭକ୍ତି ସଙ୍ଗୀତ ଓ ସଂସ୍କୃତିର ମହାମିଳନରେ ଦର୍ଶକଙ୍କ ମନରେ ଏକ ମୁଗ୍ଧକର ପରିବେଶ ସୃଷ୍ଟି ହୋଇଥିଲା । ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନା ସମିତିର ସଭାପତି ତଥା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଭଜନ ସମାରୋହ ନୁୁଆଗାଁର ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ଇଂ ଅରୁଣ କୁମାର ପାତ୍ର, ପ୍ରଶାନ୍ତ କୁମାର କର, ଦିଲୀପ କୁମାର ସ୍ୱାଇଁ, ବାଇଧର ନାହାକ, ବୁଦ୍ଧିରାମ ନାହାକ, ଦାମୋଦର ସିୟ, ଏମ୍‍.ରାମବାବୁ ଦୋରା, ତ୍ରିନାଥ ବେହେରା, ଅକ୍ଷୟ କୁମାର ସ୍ୱାଇଁ, ସୁଜିତ୍‍ କୁମାର ପୃଷ୍ଟି, ସୁଶାନ୍ତ କୁମାର ପାତ୍ର, ରାଜେଶ୍‍ କୁମାର ନାହାକ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ