ଚିନାବାଦାମ କିଣାରେ ଦୁର୍ନୀତି : ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସ୍ଥାନୀୟ ଚାଷୀ
ବୈପାରିଗୁଡା (ଓ୍ବାଇଏନଏସ):ବର୍ଷସାରା ଜମିରେ ଖରା ବର୍ଷା ଶୀତରେ ଖଟି ମୁଣ୍ଡ ର ଝାଲତୁଣ୍ଡରେ ଦେଇ ଚାଷୀ ଜମିରେ ଚାଷ କରି ଚିନାବାଦାମ ବିକ୍ରି କରି ଥିବା ବେଳେ ପ୍ରାୟ ଚାରି ମାସ ହେବ ସେମାନଙ୍କ ବିକ୍ରି ଟଙ୍କା ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଚିନାବାଦାମ ଚାଷୀ କୋରାପୁଟ ବିଧାୟକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଅଭିଯୋଗ କରିଥିଲେ ମଧ୍ଯ କୌଣସି ପ୍ରକାର ସୁଫଳ ନ ମିଳିବା ପରେ ଚାଷୀ ମାନେ ଥାନା ଓ ଲେମ୍ପସ୍ କାର୍ଯ୍ଯାଳୟ କୁ ଘେରାଉ କରିଥିଲେ । ସ୍ଥାନୀୟ ୧୬୭ ଜଣ ଚାଷୀଙ୍କୁ ସେମାନଙ୍କ ଚିନାବାଦାମ ପ୍ରାପ୍ତ ମିଳିଥିବା ବେଳେ ବାକି ୬୨ ଜଣ ଚାଷୀ ଏପର୍ଯ୍ୟନ୍ତ ବିକ୍ରି କରିଥିବା ଚିନାବାଦାମ ଟଙ୍କା ପାଇ ପାରି ନ ଥିବାର ଅଭିଯୋଗ କରିଛନ୍ତି ।ସେହି ଭିତରେ ଏବେ ଚାଷୀ ମାନେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ମାନେ ଚିନାବାଦାମ ବିକ୍ରି କରିଥିଲେ ସେଥି ମଧ୍ଯରୁ ୧୦ ରୁ ୧୫ ଜଣ ନକଲି ଚାଷୀଙ୍କ ନାଁ ରେ ଚିନାବାଦାମ ବିକ୍ରି ହୋଇ ସେମାନଙ୍କ ଖାତାକୁ ଟଙ୍କା ଛଡା ଯାଇଛି ! ସେହି ଚାଷୀ ମାନେ ଆଦୌ କୌଣସି ଚିନାବାଦାମ ଚାଷ ହିଁ କରିନାହାନ୍ତି ବୋଲି କହିଛନ୍ତି ଚାଷୀ । ୬୨ ଜଣ ଚାଷୀ ଟଙ୍କା ପାଇ ନ ଥିବା ଚାଷୀ କହିଛନ୍ତି ଯେ ଏହି ନକଲି ଚାଷୀ ମାନଙ୍କ ନାଁ ଚିନାବାଦାମ ବିକ୍ରି କରିବା ତାଲିକାରେ ନାଁ ନ ଥିବା ବେଳେ ସେମାନଙ୍କୁ କିପରି ଟଙ୍କା ଛଡା ଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଯେଉଁ ମାନେ ଏହି ଘଟଣାରେ ଦେଷୀ ଅଛନ୍ତି ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟନୁଷ୍ଠାନ ସରକାର ଗ୍ରହଣ କରନ୍ତୁ ବୋଲି ଦାବି ଜଣାଇବା ସହ ସେହି ସ୍ଥାନରେ ହଁହାଲାଁ କରିଥିବାର ଦେଖିବାକୁ ମିଳିଛି । ସେହି ପରି ଭାବେ ଏହି ୬୨ ଜଣ ଚାଷୀଙ୍କୁ ବିକ୍ରି କରିବା ପାଇଁ ଟକେନ୍ ମିଳିଥିଲେ ମଧ୍ଯ ଏବେ ପର୍ଯ୍ଯନ୍ତ ଟଙ୍କା ମିଳି ପାରିନାହିଁ ! ସେହି ମାନଙ୍କୁ ଏବେ ଚିନାବାଦାମ ଫେରାଇ ଦେବାକୁ କୁହାଯାଉଥିବା ବେଳେ କାହିଁକି ୪ ମାସ ରଖିଲା ପରେ ଆମେ ଚିନାବାଦାମ ନେବୁ !ଆମେ ଦେଇଥିବା ଜିନିଷ ଏବେ କେଉଁ ଠି ନେଇ ବିକ୍ରି କରିବୁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ! ସେହି ପରି ଭାବେ ଜୟପୁର ଓ ବୈପାରିଗୁଡା ଠାରେ ଦୁଇ ଦୁଇ ଟି ସ୍ଥାନରେ କାହିଁକି ମଣ୍ଡି କରାଗଲା ଓ ଜୟପୁର ଠାରେ ବୈପାରିଗୁଡା ପାଇଁ ମଣ୍ଡି କରିବାର ଉଦ୍ଦେଶ୍ଯ କଣ ରହିଛି ତାହାର ତଦନ୍ତ ଦାବି କରିଛନ୍ତି ଚାଷୀ ! ଚାଷୀ ମାନେ ଚିନାବାଦାମ ବିକ୍ରି ଉପରେ ସିଧାସଳଖ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିବା ସହିତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ ଏସମ୍ପର୍କରେ ମାର୍କଫୋର୍ଡ ଓ ନାଫୋର୍ଡର ମତାମତା ନେବା ପାଇଁ ଯୋଗାଯୋଗ କରିଥିଲେ ମଧ୍ଯ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।