ଗଜପତିରେ ବେଆଇନ ବାଣ ବିକ୍ରି ବିରୁଦ୍ଧରେ ଚଢ଼ଉ, ୨ ବାଣ ଦୋକାନ ସିଲ୍ କଲା ପ୍ରଶାସନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ବେଆଇନ ବାଣ କାରବାର ଅଭିଯୋଗରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି. ପାରଳାଖେମୁଣ୍ଡି କାଶୀନଗର ରାସ୍ତାରେ ଥୁବା ଦୁଇଟି ବାଣ ଦୋକାନକୁ ସିଲ୍ କରିଛି ପ୍ରଶାସନ। ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ଦୋକାନ ଗୁଡିକ ବର୍ଷ ତମାମ ଖୁଲମଖୁଲା ବିକ୍ରି କରୁଥିଲେ. ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତରଫରୁ ଅଚାନକ ଉକ୍ତ ଦୋକାନ ଉପରେ ଚଢଉ କରାଯାଇଥିଲା । ସେଥିମଧ୍ୟରୁ ଦୁଇଟି ସୀତାରାମ ଫାୟାର ୱାର୍କସ ଓ ଜିଏସ୍ ଏଗ୍ରୋ ଏଜେନ୍ସୀ /ଫାୟାରୱାର୍କସ ଦୋକାନ ତଲାସୀ ସହ ସିଲ୍ କରାଯାଇଥିଲା. ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ତହସିଲଦାର ନାରାୟଣ ବେହେରା ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଉପସ୍ଥିତିରେ ସିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ