ଦିଗପହଣ୍ଡିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ନଗର ଓ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସ୍ବର୍ଗତ ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିବା ଜଣାପଡିଛି । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟ ବିଜେଡ଼ି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତୃବୃନ୍ଦ, କର୍ମୀ ଏକତ୍ରିତ ହୋଇ ତାଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କରି ଅଭୁଲା ସ୍ମୃତିକୁ ସାଉଁଟି ଥିଲେ । ସେ ଦୀର୍ଘ ୩୦ ବର୍ଷ ଧରି ସ୍ଥାନୀୟ ଜନସାଧାରଣଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହେବା ସହ ବହୁବାର ମନ୍ତ୍ରୀ ଦାୟିତ୍ଵ ବହନ କରି ପ୍ରତ୍ୟେକ ଗାଁ ର ରୂପରେଖକୁ ନୂଆ ରୂପ ଦେଇ ସମସ୍ତ ଙ୍କ ମଉଡମଣି ପାଲଟି ଯାଇଥିଲେ। ବୟସାଧିକ୍ୟ ଓ ସ୍ବାସ୍ଥ୍ୟଗତ ସମସ୍ୟା ରୁ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଠାରେ ତାଙ୍କ ପରଲୋକ ହୋଇଥିଲା। ପରେ ତାଙ୍କ ମରଶରୀର କୁ ଦିଗପହଣ୍ଡି ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।  ସେ କିଭଳି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହିତ ଓତଃ ପ୍ରୋତ ଭାବେ ଜଡିତ ହୋଇ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ ସେ ନେଇ ଆୟୋଜିତ ସ୍ମୃତି ସଭାରେ ଦଳୀୟ ନେତୃବୃନ୍ଦ ମତ ବ୍ୟକ୍ତ କରିଥିଲେ।  ବିଜେଡ଼ି ବ୍ଲକ ସଭାପତି ବିଭୂତି ଭୂଷଣ ମହାପାତ୍ର ,  ବିଜେଡ଼ି ରାଜ୍ୟ ସମ୍ପାଦକ ସୁନୀଲ ଗୌଡ଼ , ନଗର ବିଜେଡି ସଭାପତି ତାରା ପ୍ରସାଦ ପଟ୍ଟନାୟକ , ଛାତ୍ର ବିଜେଡ଼ି ବ୍ଲକ ସଭାପତି ବିପ୍ଳବ ମିଶ୍ର , ନଗର ବିଜେଡ଼ି ସଭାନେତ୍ରୀ ଅନିତା ବେହେରା , ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ , ଶିବଲକ୍ଷ୍ମୀ ପଟ୍ଟନାୟକ , ଗୋକର୍ଣ୍ଣପୁର ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , କାଉନସିଲର ନୀଳମାଧବ ଗୌଡ଼ , ଗୈାରାଙ୍ଗ ଚରଣ ବେହେରା , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ହରିଶ୍ଚନ୍ଦ୍ର ପାତ୍ର , ମାଗି ସେଠୀ , ରାଜା ପଟ୍ଟନାୟକ  , ନିଗମ ପଣ୍ଡା ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ