ଲଣ୍ଡାବାଉଁଶ ଗ୍ରାମରେ ଲଗାତର ଚୋରି :ପୋଲିସ ହାତ ଖାଲି
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ଅନବରତ ଚାଲିଛି ଚୋରୀ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି, ଏନେଇ ମଙ୍ଗଳବାର ଲଣ୍ଡାବାଉଁଶ ଗ୍ରାମ୍ୟ କମିଟି ଛତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଗତକାଲି ମଧ୍ୟରାତ୍ରରେ ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନ ର ଗଦା ଚୋରୀ ହୋଇଯାଇଛି, ଏହା ସହିତ ପୂର୍ବରୁ କାଳୀ ମନ୍ଦିର କାମ ଚାଲିଥିବା ମଧ୍ୟ ରେ ୧୦ ବସ୍ତା ସିମେଣ୍ଟ, ମା ଉଗ୍ରତାରାଙ୍କ ଦୁଇଟି ରୁପା କିରଟି ୨୦୦ ଗ୍ରାମ ର ଚୋରି ହୋଇଛି, ଏହା ସହ ଗତ ସପ୍ତାହ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପମ୍ପ କେବୁଲ ଏବଂ ହରିଜନ ସାହିର ବିପିଏଲ ବିଦ୍ୟୁତ ତାର ଚୋରୀ ହୋଇଛି, ଗତ ଦୁଇ ବର୍ଷ ଧରି ଗ୍ରାମରେ ନଡ଼ିଆ ଓ ପଇଡ଼ ଚୋରି କରି ଆସୁଥିବା ନେଇ ଜଣେ ବ୍ୟକ୍ତିଙ୍କୁ ବହୁ ତାଗିଦ କରିବା ସତ୍ୱେ ନଡ଼ିଆ ଓ ପଇଡ଼ ଚୋରି କାମ ଜାରି ରଖିଛନ୍ତି, ଏଣୁ ଘଟଣା ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ଲିଖିତ ପତ୍ର ପ୍ରଦାନ କରାଯାଇଛି


