ଦାଦାବଟି ନଦେବାରୁ ହତ୍ୟା ଧମକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): କେ.ନୂଆଗାଁ ପୋଲିସ ଶନିବାର ଚାନ୍ଦପୁର ପଞ୍ଚାୟତ ପତ୍ରଚୁଡ଼ି ଗ୍ରାମର ବନବିହାରୀ ଗୌଡ଼(୩୩) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ମାମଲା ନଂ.୧୭୨/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୧୨୬(୨)/୨୯୬/୩୦୮(୫)/୩୫୧(୨)/୩୫୧(୩) ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ବନବିହାରୀ ଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ପ୍ରଧାନ ତାଙ୍କ ଗ୍ରାମ ପତ୍ରଚୁଡ଼ି ନୂଆସାହି ରେ ଚିକିଟି ବ୍ଲକ ପକ୍ଷରୁ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ ପାଣ୍ଠି ରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟାରେ କୃଷ୍ଣଚନ୍ଦ୍ରଙ୍କୁ ତାଙ୍କ ପଡୋଶୀ ବନବିହାରୀ ଉକ୍ତ ପ୍ରକଳ୍ପ କାମରୁ ୩୦ ପ୍ରତିଶତ ଟଙ୍କା ଦାଦାବଟି ଦେବାକୁ ବାଧ୍ୟ କରିଥିଲେ।ସେ ପ୍ରତିବାଦ କରିବାରୁ ଦାଦାବଟି ନଦେଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବନବିହାରୀ ଘଟାନଦିନ ରାତି ପ୍ରାୟ ସାଢେ ୧୦ ଟାରେ ପୁଣିଥରେ କୃଷ୍ଣଚନ୍ଦ୍ରଙ୍କ ମୋବାଇଲକୁ ଫୋନ କରି ଟଙ୍କା ନଦେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।କୃଷ୍ଣଚନ୍ଦ୍ର ଘଟଣାର ପରଦିନ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଆଇଆଇସି ବିଶ୍ୱଜିତ ନାୟକ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ.ଆଇ ଅତିଥି ଚରଣ ନାୟକ ଶୁକ୍ରବାର ରାତି ପ୍ରାୟ ୧୧ ଟାରେ ଅଭିଯୁକ୍ତ ବନବିହାରୀଙ୍କୁ ଗିରଫ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ