ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା:୨୮ରେ ଥାନା ସମୁଖରେ ପ୍ରତିବାଦ କରିବ କଂଗେସ
ହାଟଡିହି (ଓ୍ବାଇଏନଏସ) : ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ କଂଗ୍ରେସ ପକ୍ଷରୁ ଆସନ୍ତା ୨୮ତାରିଖରେ ନନ୍ଦିପଦା ଥାନା ସମୁଖରେ ପ୍ରତିବାଦ ସଭା କରିବା ସହିତ ରାଜ୍ୟପାଳ ଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନାଙ୍କ ସମେତ ଅନେକ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୟଦେବ ଙ୍କୁ ପୂର୍ବରୁ ଥରେ ହତ୍ୟା ଧମକ ମିଳିଥିବା ବେଳେ ଚଳିତ ମାର୍ଚ୍ଚ ମାସ ୯ତାରିଖରେ ଆଉଥରେ ପୁଣି ହତ୍ୟା ଧମକ ମିଳିଥିଲା। ଏହି ଘଟଣାରେ ନନ୍ଦିପଦା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି। କିନ୍ତୁ ଶ୍ରୀ ଜେନାଙ୍କ କହିବା କଥା ଯେ ରାଜ୍ୟରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଯୋଡ଼ାରେ କଂଗ୍ରେସର ସମାବେଶ ପରେ ଏପରି ଧମକ ମିଳିଥିବାରୁ ଏଥିରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରୁଛନ୍ତି। ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହେବେ ବୋଲି କଂଗ୍ରେସ କର୍ମକର୍ତ୍ତା ସୂଚନା ଦେଇଛନ୍ତି।


