ଦୁର୍ନୀତି କାରୀ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଆଇ.ସି.ଡ଼ି.ଏସ ଅଧିନସ୍ଥ ମହୁ ବଜାର ଦାଣ୍ଡି ଅଙ୍ଗନବାଡି କେନ୍ଦ୍ରର କର୍ମୀ ସରକାରୀ ସହାୟତା ଲୁଟ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହୋଇଥିବା ଦୁର୍ନୀତିକୁ ଚପାଇ ଦୁର୍ନୀତି କାରୀ କର୍ମୀକୁ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଦାନ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ କରି ହୋଇଥିବା ଦୁର୍ନୀତି ଓ ଦୁର୍ନୀତିକୁ ଚାପିଥିବା ସମସ୍ତ ଅଧିକାରୀଙ୍କ ଉପରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିମିତ୍ତ ସାତ ଦଫା ଦାବି ପୂରଣ ପାଇଁ ଆଳି ସି.ଡି.ପି.ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ଅଭିଯୋଗ କାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ। ଅଭିଯୋଗ ମୁତାବକ ଆଳି ଅଞ୍ଚଳର ମହୁ ବଜାରଦାଣ୍ଡି ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ସମସ୍ତ ସରକାରୀ ସହାୟତାକୁ ସେହି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଦୀର୍ଘ ବର୍ଷ ହେବ ହରି ଲୁଟ କରି ନେଇଥିବା ନେଇ ଲଗାତାର ଭାବେ ଗତ ଦୁଇ ବର୍ଷ ହେବ ଗ୍ରାମ ବାସୀ ଓ ଅନେକ ବ୍ୟକ୍ତି ବିଶେଷ ମାନେ ଲିଖିତ ଅଭିଯୋଗ କରି ଆସୁଛନ୍ତି। ଅଭିଯୋଗ ଉପରେ ପ୍ରଶାସନ ପକ୍ଷରୁ କେବଳ ତଦନ୍ତ ପରେ ତଦନ୍ତ ହେଉଛି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାରମ୍ବାର ହୋଇଥିବା ତଦନ୍ତରେ ସରକାରୀ ସହାୟତା ଲୁଟ କରିଥିବା ନେଇ ଅଙ୍ଗନବାଡ଼ି କର୍ମୀ ଧରାପଡ଼ିବା ପରେ ତାଙ୍କ ଉପରେ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ସ୍ଥାନୀୟ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଅଭିଯୋଗ କାରୀ ଦୁଷ୍ମନ୍ତ । ଦୁର୍ନୀତି କରିଥିବା ଅଙ୍ଗନବାଡ଼ି କର୍ମୀ ଲୁଟ କରିଥିବା ସରକାରୀ ସହାୟତାରୁ ଭାଗ ହିସାବରେ ପୂର୍ବରୁ ଅଭିଯୋଗ କରିଥିବା ଗ୍ରାମ ବାସୀଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିବା ନେଇ ମଧ୍ୟ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଦୁର୍ନୀତି କାରୀ ଅଙ୍ଗନବାଡ଼ି କର୍ମୀ ଏକଲକ୍ଷ ଟଙ୍କା ଅଭିଯୋଗ କରୀଙ୍କୁ କାହିଁକି ଦେଲେ ତାର ସଠିକ ତଦନ୍ତ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ଅଭିଯୋଗ କାରୀ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଅଙ୍ଗନବାଡ଼ି କର୍ମୀ କରିଥିବା ଦୁର୍ନୀତି ଉପରେ ସ୍ଥାନୀୟ ପ୍ରଶାସନ ତରଫରୁ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ଅଭିଯୋଗକାରୀ ଦୁଷ୍ମନ୍ତ ଆଚାର୍ଯ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ କରିଛନ୍ତି । ଆଚାର୍ଯ୍ୟଙ୍କ ଅଭିଯୋଗ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ପ୍ରଶାସନ କୁ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଧେଶ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏକ ତଦନ୍ତ କାରୀ ଦଳ ପଠାଇ ତଦନ୍ତ ଆଳରେ ଏକ ଫର୍ଜୀ ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚତମ ନ୍ୟାୟଳୟଙ୍କ ନିକଟରେ ଦାଖଲ କରି ଦୁର୍ନୀତି ଗ୍ରସ୍ଥ ଅଙ୍ଗନବାଡି କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଭିଯୋଗ କାରୀ ଦୁଷ୍ମନ୍ତ , ତଦନ୍ତ କରିଥିବା ସମସ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ କରିବା ପାଇଁ ଅଭିଯୋଗ କାରୀ ଦୁଷ୍ମନ୍ତ ଦାବି କରିବା ସହିତ ହୋଇଥିବା ସରକାରୀ ସହାୟତା ଲୁଟ ଘଟଣାରେ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଙ୍କୁ ପ୍ରଶାସନ ତରଫରୁ ଦିଆଯାଇଥିବା ବିଭ୍ରାନ୍ତି କରଣ ତଥ୍ୟ ପ୍ରଦାନ କରାଯାଇଥିବାରୁ, ପ୍ରକୃତ ସତ୍ୟାସତ୍ୟ ଘଟଣା ସମ୍ବନ୍ଧରେ ସ୍ପଷ୍ଟ ଭାବେ ଲିଖିତ ପ୍ରଦାନ ସମେତ ହୋଇଥିବା ମିଛ ଅଭିଯୋଗରେ ପ୍ରଶାସନ ତରଫରୁ ମିଛ ଅଭିଯୋଗକରୀଙ୍କ ବିରୁଦ୍ଧରେ ପୋଲିସ ରେ ମାମଲା ରୁଜୁ କରିବା ଇତ୍ୟାଦି ସାତଦଫା ଦବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରଖିବେ ବୋଲି ଅଭିଯୋଗକାରୀ ସୂଚନା ଦେଇଛନ୍ତି । ଏ ବାବଦରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଜିଲ୍ଲା ପ୍ରଶାସନର ଅପାରଗତା ପଦାରେ ପଡିଛି। ଅଭିଯୋଗକାରୀ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କ ଏହି ଧାରଣାକୁ ସମର୍ଥନ ଜଣାଇ ସ୍ଥାନୀୟ ମହୁ ଗ୍ରାମର ଶ୍ରୀଧର ବିଶ୍ୱାଳ, କାଳନ୍ଦୀ ବିଶ୍ୱାଳ, ମଞ୍ଜୁଲତା ପାତ୍ରଙ୍କ ସମେତ ସାମାଜିକ କର୍ମୀ ମାନସ ଆଚାର୍ଯ୍ୟ , ସୁମନ୍ତ ସେଠୀ, ସୁମନ୍ତ ସାହୁ ସୂଚନା ଅଧିକାର କର୍ମୀ ଜନକର ଜେନା ପ୍ରମୁଖ ଧାରଣାରେ ଯୋଗଦେଇ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଇନ ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏବାବଦରେ ଆଳି ସି.ଡ଼ି.ପି.ଓ ମାମିନା ବାଳା ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମେ ଯାହା କରିବା କଥା କରି ସାରିଛୁ ଏବେ ଉପରିସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ