ଏସେଲ କାରଖାନାରେ ସ୍ଥାନୀୟ ଲୋକଙ୍କୁ ପରିବହନ ଯୋଗାଇ ଦେବା ପାଇଁ ଦାବିପତ୍ର ପ୍ରଦାନ
କେନ୍ଦୁଝର (ପୂର୍ଣ୍ଣଜନ୍ଦ୍ର ମହାନ୍ତ): କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ବାମେବାରୀ ଥାନା ଝୁମ୍ପୁରା ବ୍ଲକ ବସନ୍ତ ପୁର ଠାରେ ରହିଥିବା ଏସେଲ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ମାନଙ୍କୁ ପରିବହନ କରିବାର ସୁଯୋଗ ନଦେଇ ବାହାର ଲୋକ ମାନଙ୍କୁ ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକ ମାନଙ୍କୁ ପରିବହନ କରିବାର ସୁଯୋଗ ପ୍ରଦାନ କରନ୍ତୁ ବୋଲି ଝୁମ୍ପୁରା ବ୍ଲକ ୧୬ ନମ୍ବର ଜୋନର ବିଭିନ୍ନ ଗ୍ରାମର ଜନ ସାଧାରଣ ଏକତ୍ରିତ ହୋଇ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,ଜିଲା ଆରକ୍ଷୀ ଅଧିକ୍ଷକ ସମେତ ବାମେବାରୀ ଥାନା କର୍ତ୍ତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କ ପ୍ରଦାନ କରିଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ କମ୍ପାନୀ କର୍ତ୍ତୃପକ୍ଷ ପଦ୍ମନୀ ଟ୍ରାନ୍ସପୋର୍ଟ କୁ ମାଲ ପରିବହନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ଯାହା ଫଳରେ ଏହି ବ୍ଲକର ୧୬ ନମ୍ବର ଜୋନର କୈାଣସି ବ୍ୟକ୍ତି ପରିବହନ କରିବାର ସୁଯୋଗ ପାଇ ନଥିବାରୁ ଘର ନିକଟରେ କାରଖାନା ଯାଇ ମଧ୍ୟ କାମ ପାଇବାରୁ ବଞ୍ଚିତ ହେଉଛନ୍ତି। କାରଖାନା ପ୍ରତିଷ୍ଠା ହେବା ସମୟରେ ସ୍ଥାନୀୟ ଜନସାଧାରଣ ଙ୍କୁ କମ୍ପାନୀର ମାଲ ପରିବହନ ର ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷ ଏଥିରେ ବ୍ୟତିକ୍ରମ କରୁଥିବାରୁ ସ୍ଥାନୀୟ ଜନସାଧାରଣ ମାନଙ୍କୁ ମାଲ ପରିବହନ ରେ ସାମିଲ କରିବା ପାଇଁ ଦାବି କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଯଦି ସ୍ଥାନୀୟ ଜନସାଧାରଣ ମାନଙ୍କୁ ମାଲ ପରିବହନ କରିବାର ସୁଯୋଗ ପ୍ରଦାନ କରନ୍ତି ତା ହେଲେ ଆଗାମୀ ଦିନରେ କାରଖାନା ଫାଟକ ସମ୍ମୁଖରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ କରିବେ ବୋଲି ମକରଧୂଜ ବାରିକ,ଅଭିରାମ ବାରିକ,ଦିଲିପ କୁମାର ମହାକୁଡ଼, ରବିନାରାୟଣ ଖିଲାର,ଭରତ ମହାନ୍ତ, ଶାନ୍ତନୁ ବାରିକ,ଲୋଚନ ବାରିକ,ମଳୟ ମହାନ୍ତ ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି।