ଆଳିଆ ଖଣ୍ଡାୟତ ସମାଜର କାଯ୍ୟକାରିଣି ବୈଠକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ମା କୁଳଗଙ୍ଗା ନିଖିଳ ଉତ୍କଳ ଆଳିଆ ଖଣ୍ଡାୟତ ସମାଜ କେନ୍ଦ୍ରୀୟ କାର୍ଯ୍ୟାଳୟ ରେ ସମଗ୍ର ଜାତି ସଂଗଠନ ର ଜର୍ମକର୍ତ୍ତା ଙ୍କୁ ନେଇ ଆଜି କେନ୍ଦ୍ରୀୟ କାର୍ଯ୍ୟାଳୟ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକ ରେ ମା କୁଳଗଙ୍ଗା ଙ୍କୁ ଆବାହନ କରାଯାଇ କେନ୍ଦ୍ରୀୟ ସଦସ୍ୟ କପିଳେଶ୍ଵର ବିଶ୍ୱାଳ ଦୀପପ୍ରଜ୍ଜୁଳନ କରିଥିଲେ । ପୂର୍ବତନ ନିର୍ବାଚନ ଅଧିକାରୀ ଅନିଲ କୁମାର ନାହାକ ବୈଠକ କୁ ସଂଯୋଜନା କରିଥିଲେ । ବୈଠକ ରେ ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କ ସାମୁହିକ ମତାମତ ପରେ ଆଗାମୀ ୨୨ତାରିଖ ରବିବାର ଦିନ ୧୧-୩୦ ସମୟରେ କେନ୍ଦ୍ରୀୟ ସାଧାରଣ ବୈଠକ ଆବାହନ କରାଯାଇ କେନ୍ଦ୍ରୀୟ କୁଳାଧିପତି ସହ କେନ୍ଦ୍ରୀୟ କର୍ମକର୍ତା ଚୟନ କରାଯିବ ପାଇଁ ସର୍ବସନମତି ରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତସହ କୁଳସଂଗଠନ ବିରୋଧରେ ସୃଷ୍ଟି ହେଉଥିବା କୌଣସି ଗୁଜବ କୁ ଗ୍ରହଣ ନକରି ସମସ୍ତ ଙ୍କ ସହଯୋଗରେ ଜାତିସଂଗଠନ କୁ ସୁଦୃଢ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ