କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣାଧୀନ କ୍ୟାମ୍ପସ କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ

ଗୁଣପୁର,(ୱାଇଏନଏସ):ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ ନିର୍ମାଣାଧୀନ କାର୍ଯ୍ୟସ୍ଥଳ ପରିଦର୍ଶନ କରି ପରିଚାଳନା କମିଟି ସମୀକ୍ଷା କରିଛନ୍ତି । କମିଟିର ମନୋନୀତ ଅଧ୍ୟକ୍ଷ ତଥା ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଇଞ୍ଜିନିୟର ମାନଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉପ-ଜିଲ୍ଲାପାଳ ଶ୍ରୀ ଦୁଧାଲ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂଆ କ୍ୟାମ୍ପାସ ରେ ଶିକ୍ଷା ଦାନ ଆରମ୍ଭ କରି ଜାନୁଆରୀ ୨୦୨୭ ସୁଦ୍ଧା ସମସ୍ତ ସିଭିଲ, ଇଲେକ୍ଟ୍ରିକାଲ, ରଙ୍ଗ ଦିଆ, ଫାଟକ କାମ ସାରିବାକୁ ସିପିଡାବଲୁ ବିଭାଗ ଓ ଠିକାଦାର ସଂସ୍ଥା ଙ୍କୁ ନିର୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପନ ନକଲେ ଜରିମାନା ଆଦାୟ କରାଯିବ ବୋଲି ନିର୍ମାଣ ସଂସ୍ଥାକୁ ଚେତାବନୀ ଦେଇଥିଲେ। ଏହି ଅଵସରରେ ବିଦ୍ୟାଳୟର ପ୍ରିନସିପାଲ ସୌରଭ ଜୈନ, ସି ପି ଡ଼ବ୍ଲୁ ଭାରପ୍ରାପ୍ତ ଇଞ୍ଜିନିଅର ଏ. କେ.ସାହୁ, ସଦସ୍ୟ ଅକ୍ଷୟ ଦାଶ ,ସଦସ୍ୟା ଚନ୍ଦନ ପାଣି ରାଜସ୍ବ ନିରୀକ୍ଷକ ନିର୍ମାଣକାରି ସଂସ୍ଥା ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା କମିଟି ସଦସ୍ୟା ମାନେ ନକ୍ସା ଆବଶ୍ୟକ ପରିବର୍ତନକୁ ସ୍ୱୀକୃତି ପ୍ରଦାନ କରିବା ସହ ଆବଶ୍ୟକ ମଞ୍ଜୁରୀ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ