ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ: ଅନୁପସ୍ଥିତ ରହିଲେ ଅଧିକାରୀ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ‌‌‌ ଅନ୍ତର୍ଗତ କଅଁଳେଇବାଲିପାଳ ଗ୍ରାମ ପଞ୍ଚାୟତରେ ସରକାରଙ୍କର ୨ବର୍ଷ ପୁର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦ଟି ଏସ୍ ଏଚ୍ ଜି ଗୃପ ସହିତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସରକାରଙ୍କର ୨୯ ବିଭାଗ ମଧ୍ୟରୁ ପଞ୍ଚାୟତରାଜ୍ ବିଭାଗ ,ଖାଉଟି କଲ୍ୟାଣ ବିଭାଗ,ସ୍ଵାସ୍ଥ୍ୟ ବିଭାଗ ,ଆଇସି ଡିଏସ  ଓ ମିଶନ ଶକ୍ତି ବିଭାଗ ବ୍ୟତୀତ ଆଉ ୨୪ଟି ବିଭାଗର ସରକାରୀ କର୍ମଚାରୀ ବାବୁମାନେ ଅନୁପସ୍ଥିତ ଥିଲେ। ଏହିପରି ସରକାରଙ୍କର କାର୍ଯ୍ୟକ୍ରମରେ ଅଧିକାରୀ ମାନଙ୍କର ଅନୁପସ୍ଥିତି ସଂପର୍କରେ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ପଞ୍ଚାୟତବାସୀ ପିଇଓଙ୍କୁ ପଚାରିବାରୁ ସେ ସମସ୍ତ ବିଭାଗକୁ ଚିଠି କରାଯାଇଥିଲା ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହିପରି ସରକାରଙ୍କର କାର୍ଯ୍ୟକ୍ରମରେ ଅଧିକାରୀ ମାନଙ୍କର ଅନୁପସ୍ଥିତି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପଞ୍ଚାୟତର ମାଳ ମାଳ ସମସ୍ୟା ଥିବା ବେଳେ ସରକାରୀ ବାବୁ ମାନଙ୍କର ଏପରି ଅନୁପସ୍ଥିତ ପଞ୍ଚାୟତବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ