ମା ଖମ୍ବେଶ୍ୱରୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ

ଆସିକା (ୱାଇଏନ୍‍ଏସ୍‍) :ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଐତିହାସିକ ତଥା ପ୍ରସିଦ୍ଧ ବୈଶାଖୀ ଯାତ୍ରାର ଅନ୍ତିମ ଦିବସରେ ଅସ୍ଥାୟୀ ମଣ୍ଡପ ନିକଟରେ ପହଞ୍ଚି ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ଆଧ୍ୟାତ୍ମିକପ୍ରେମୀ ସୁଦିପ୍ତା ଦାଶ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, କାହ୍ନୁଚରଣ ବେହେରା, ରବିନ୍ଦ୍ରନାଥ ସାହୁ, ମନୋଜ ନାହାକ, ଶ୍ୱେତବସନ୍ତ ଲେଙ୍କା, ଶିବାନନ୍ଦ ପୋଲାଇ, ନିଳାଞ୍ଚଳ ମହାରଣା, ଆକାଶ ସ୍ୱାଇଁଙ୍କ ସମେତ ଦଳମତ ନିର୍ବିଶେଷରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ଓ ପୂଜାର୍ଚ୍ଚନ କରିବା ସାଙ୍ଗକୁ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ