ସ୍ୱମନ୍ଦିରକୁ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମା ପ୍ରତ୍ୟାବର୍ତ୍ତନ

ଆସିକା (ୱାଇଏନ୍‍ଏସ୍‍) : ଗତକାଲି ଦିନତମାମ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମା ଏକ ବିରାଟ ଶୋଭଯାତ୍ରାରେ ସୋମବାର ସ୍ୱମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତ, ଆଧ୍ୟାତ୍ମିକପ୍ରେମୀ ଓ ଯୁବପିଢୀଙ୍କ ଜୟ ମା ଖମ୍ବେଶ୍ୱରୀଙ୍କ ଧ୍ୱନିରେ ଖମ୍ବେଶ୍ୱରୀପାଟଣା ମୁଖ୍ୟରାସ୍ତା ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଶଙ୍ଖ ମହୁରୀ, ବାଦ୍ୟବାଜଣା ଓ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ସୋମବାର ଅପରାହ୍ନରେ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମାଙ୍କ ବାହୁଡାଣୀ ପର୍ବ ଆରମ୍ଭ ହୋଇଥିଲା । ବୈଶାଖୀ ଯାତ୍ରା ପରିଚାଳନା କମିଟି, ମନ୍ଦିର ପରିଚାଳନା କମିଟି, ଆସିକା ଅଞ୍ଚଳବାସୀ ଓ ଖମ୍ବେଶ୍ୱରୀପାଟଣା ସାହି ବାସିନ୍ଦାଙ୍କ ସକ୍ରିୟ ସହଯୋଗରେ ବହୁ ଉତ୍ସାହୀ ଯୁବପିଢୀ ଓ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ମା’ ଖମ୍ବେଶ୍ୱରୀଙ୍କ ଏହି ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରଦ୍ଧାଳୁଭକ୍ତ ଓ ଯୁବପିଢୀ ମାନେ ରଙ୍ଗ ଅବିର ଖେଳି ମା’ ଖମ୍ବେଶ୍ୱରୀଙ୍କ ଗମ୍ଭୀରା ବିଜେ କାର୍ଯ୍ୟକ୍ରମରେ ଯୋଗଦେଇଥିଲା ବେଳେ ସୋମବାର ପାଗ ଅନୁକୁଳ ଥିବାରୁ ମା’ଖମ୍ବେଶ୍ୱରୀଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ଖମ୍ବେଶ୍ୱରୀପାଟଣାର ଶ୍ରଦ୍ଧାଳୁ ସାହିବାସିନ୍ଦାମାନେ ନିଜ ଗୃହ ସମ୍ମୁଖରେ ଗେରୁ ଲିପି ଝୋଟି ଆଙ୍କି ପୂର୍ଣ୍ଣକୁମ୍ଭ ଢାଳି ମା ଖମ୍ବେଶ୍ୱରୀଙ୍କ ବାହୁଡାଣୀ ପର୍ବରେ ସାମିଲ୍‍ ହୋଇ ପ୍ରଣିପାତ ହୋଇ ପୂଜାର୍ଚ୍ଚନା କରିବା ସହ ନିଜ ପରିବାରର ଓ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ପାଇଁ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଆସିକାର ଅଧିଷ୍ଠାତ୍ରୀ ଦେବୀ ଜଗତ୍‍ଜନନୀ, କଲ୍ୟାଣମୟୀ, କରୁଣାମୟୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ,ଆଧ୍ୟାତ୍ମିକ ପ୍ରେମୀ ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ରଂଜନ କୁମାର ପଣ୍ଡା, ପିଣ୍ଟୁ ପ୍ରଧାନ, ମହେଶ୍ୱର ଜେନା, ଅଜୁ ବେହେରା, ରାମହରି ଚୌଧୁରୀ, ଶୁଭମ୍‍ ନାହାକ, ମୈତ୍ର ଦାଶ, ଦୀପୁନ୍‍ ପାଢୀ, ମନ୍ଦିର ପୂଜକ ସନ୍ୟାସୀ ମୁନି, ସତ୍ୟ ନାରାୟଣ ମୁନି, ଶ୍ରୀକାନ୍ତ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ନରସିଂହ ମୁନି, ସଂଜୟ ମୁନି, ପ୍ରସନ୍ନ ମୁନି, କାଳିଆ ମୁନି, ସନ୍ତୋଷ ମୁନି, ପ୍ରମୋଦ କୁମାର ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ବସନ୍ତ ମୁନି, ମୁନା ମୁନି, ଅଜିତ୍‍ କୁମାର ମୁନି, ରାଜୀବ ମୁନି, ଦୀପକ ମୁନି, ଟୁଲୁ ମୁନି, ଚିଙ୍କୁ ମୁନି, ଅବିନାଶ ମୁନି, ଭିକା ମୁନି, ବାବୁଲା ମୁନି, ଢେଲା ମୁନିଙ୍କ ସମେତ ସମସ୍ତ ପୂଜକ, ସାହିବାସିନ୍ଦା, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ସକ୍ରିୟ ସହଯୋଗ କରିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ