ଦିଗପହଣ୍ଡି ରେ ଧାନମଣ୍ଡି ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଗୁରୁବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ସମବାୟ ସମ୍ପାଦକ ସୁରେଶ କୁମାର ନନ୍ଦ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଧାନମଣ୍ଡି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବଜାର ନିୟନ୍ତ୍ରିତ କମିଟି କାର୍ଯ୍ୟାଳୟ ଟେକ୍ନିସିୟାନ ସ୍ୱାଗତିକା ମହାପାତ୍ର, ଚାଷୀ ରାମଚନ୍ଦ୍ର ପୂଜାରୀ, ପଦ୍ମଚରଣ ମେକାପ, ଏମ. ବାଇନାଥ, ପି.ଶିବଶଙ୍କର, ଦେବୀ ପ୍ରସାଦ ରଥ, ଏନ. ତ୍ରିନାଥ, ଗୌରଚନ୍ଦ୍ର ପୂଜାରୀ,ପି. ହରି ପ୍ରମୁଖ ବହୁ ସଂଖ୍ୟକ ଚାଷୀ ଏବଂ ମିଲର ଗୌରାଙ୍ଗ ସାହୁ, ଭି. ରାମନାଥ ରାଜୁ,ସିଏଚ. ତ୍ରିପତି ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୫ ଚାଷୀଙ୍କ ଠାରୁ ୨୧୫ କ୍ଵିଣ୍ଟାଲ ୭୫ କେଜି ଧାନ କ୍ରୟ କରାଯାଇଥିଲା। ସେହିପରି ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସମ୍ପାଦକ ଶେଷକାନ୍ତ ଜାନି ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଗୀତାଞ୍ଜଳି ଜାନି ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନମଣ୍ଡି କୁ ଉଦଘାଟନ କରିଥିଲେ। ସମବାୟ ସଭାପତି ଦାମୋଦର ଦଳାଇ, ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ,ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ,ଲଡୁ କିଶୋର ସ୍ବାଇଁ, ହରିକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।କୋଟିନଡ଼ା ସମବାୟ ସମିତି ପକ୍ଷରୁ ଧାନମଣ୍ଡି କୁ ସରପଞ୍ଚ ଗୀତାଞ୍ଜଳି ବେହେରା ଉଦଘାଟନ କରିଥିଲେ। ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ,ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀ,ମଣ୍ଡି ପର୍ଯ୍ୟବେକ୍ଷିକା ତିଳୋତ୍ତମା ଦୋରା,ନୋଡାଲ ଅଧିକାରୀ କାହ୍ନୁ ଚରଣ ମହାଙ୍କୁଡ଼,ମିଲର କୈଳାସ ଚନ୍ଦ୍ର ପଣ୍ଡା,ଗୋପୀଚାନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ