ଯୁକ୍ତ ଦୁଇରେ ୯୮.୬୬ % ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଧର୍ମେନ୍ଦ୍ର ମହାରଣା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମୁଦୁଲିପଦା ଗ୍ରାମର ସୁରେନ୍ଦ୍ର ମହାରଣା ଓ ଶ୍ରୀମତୀ ମହାରଣାଙ୍କ ସୁପୁତ୍ର ଧର୍ମେନ୍ଦ୍ର ମହାରଣା ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୮.୬୬ % ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଧର୍ମେନ୍ଦ୍ର ଯାଜପୁର ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା ବେଳେ ମୋଟ ୫୯୨ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେ କାଳିଗାଁ ହାଇସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୫୫୪ ମାର୍କ ରଖି ଏ -୧ରେ ଉତୀର୍ଣ୍ଣ ହୋଇଥିଲେ। ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଜନସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି। ତାଙ୍କର ଏପରି ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କର ପିତା ମାତା ଓ କଲେଜର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି।


