ଦିଗପହଣ୍ଡି ଠାକୁରାଣୀ ଯାତ୍ରା: ଶେଷ ହେଲା ଘଟ ଶୋଭାଯାତ୍ରା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ରବିବାର ୭ ମ ଦିନ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠ  ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା ‘ ଙ୍କୁ ଦର୍ଶନ ଓ ପୂଜା ପାଇଁ  ଶ୍ରଦ୍ଧାଳୁ ଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ‘ ଙ୍କୁ ସାନ୍ଧ୍ୟ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ।ମା ‘ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟ ଧାରୀ ମହିଳା ମାନେ ମା ‘ ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।ମୁଖ୍ୟ ଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠ ରୁ ଶୋଭାଯାତ୍ରା ରେ ବାହାରି ଜନତାଲେନ ଦେଇ ରାଣୀ ସାହି,ଆନନ୍ଦ ନଗର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ।ଶ୍ରୀ ଭାବକୁଣ୍ଡଳେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ମା ‘ ଙ୍କୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା।ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଉଥିବା ମା ‘ ଦୂର୍ଗା ଙ୍କ ମେଢ଼ ମଣ୍ଡପ ରେ ମା ‘ ବୁଢ଼ୀ ଠାକୁରାଣୀଙ୍କ ଭେଟ ଘାଟ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା କମିଟିର କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର,ସଂଗ୍ରାମ କେଶରୀ ରଥ,ଅଶୋକ କୁମାର ନନ୍ଦ,ପ୍ରଦୀପ କୁମାର ରଥ, ଜେ. ମିଟୁ ରାଓ,ସୁଧାକର ସାହୁ,ଅଜିତ କୁମାର ନନ୍ଦ,ପି.ଦୁଷ୍ମନ୍ତ ଦୋରା,ସୁରେଶ କୁମାର ସାହୁ, ହରିକୃଷ୍ଣ ଗୌଡ଼,ଉଦୟ ସାମନ୍ତ,ସୁବାସ ପାଣିଗ୍ରାହୀ,ଅରୁଣ ପ୍ରଧାନ,ବାବୁଲା ରେଡ୍ଡୀ,ଏ. ବଦ୍ରି ରାଓ,ସୁଦର୍ଶନ ଗୌଡ଼,ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ମା ‘ ଙ୍କୁ ବନ୍ଦାପନା କରି ବର୍ଷକ ପାଇଁ ବିଦାୟ ଦେଇଥିଲେ। ମା ‘ ଙ୍କ ଶୋଭାଯାତ୍ରା ବସଷ୍ଟାଣ୍ଡ ମୁଖ୍ୟରାସ୍ତା ପରିକ୍ରମା କରି ପୁଣି ଜନତା ଲେନ ଦେଇ ଯାତ୍ରା ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲା।   ଯାତ୍ରାପୀଠ ରେ ସକାଳେ ଦିଗପହଣ୍ଡି ର ଗୋଲା ନାଚ,ସନ୍ଧ୍ୟାରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ର ମୁଖ୍ୟ ଆଲୋକ ବିଷୋୟୀ ଏବଂ କଳାକାର ବୃନ୍ଦ ନୃତ୍ୟ ଗୀତ ପରିବେଷଣ କରିଥିଲେ। ରାତି ପ୍ରାୟ ୧୧ ଟାରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସାନ ଆଖଡ଼ା ର ନିର୍ଦେଶକ କୁରେଶୁ ସାହୁ ଙ୍କ ନିର୍ଦ୍ଦେଶନାରେ ଅପେରା ‘ ହାଏ କୃଷ୍ଣ ବୋଲି ଯାଉ ଏ ଜୀବ ‘ ମଞ୍ଚସ୍ଥ ହୋଇଥିଲା।  ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ , ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟକ  , ଦୀପକ କୁମାର ମିଶ୍ର , ଆଶିଷ ପଟ୍ଟନାୟକ , କୁରେଶୁ ମହାରଣା , ନୀଳମାଧବ ଗୌଡ , ପ୍ରଦୀପ କୁମାର ପଣ୍ଡା , ରବିନ୍ଦ୍ର ମାର୍ଥା , ଶିବଶଙ୍କର ମହାଙ୍କୁଡ , ଏ . ଗୋବିନ୍ଦ ଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଓ  ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରା ରେ ଭିଡ ନିୟନ୍ତ୍ରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ