ସାହିତ୍ୟିକ ରମାକାନ୍ତ ପହିଙ୍କ ସ୍ମୃତିସଭା

ହାଟଡିହି, (ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ତେନ୍ତୁଲିନଣ୍ଡା ଗ୍ରାମରେ ସ୍ୱର୍ଗତ ରମାକାନ୍ତ ପହିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅବସରରେ ଏକ ଭାବପୂର୍ଣ୍ଣ ସ୍ମୃତିସଭା, ସ୍ମରଣିକା ଉନ୍ମୋଚନ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା କବି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ଚତୁର୍ଭୁଜ ପହି, ନାରାୟଣ ଚନ୍ଦ୍ର ସାହୁ ଓ ଅଧିକାରୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରମାକାନ୍ତ ପହିଙ୍କ ସ୍ମୃତିଚାରଣ କରିଥିଲେ। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସାହିତ୍ୟିକ ଓ ଭାଗବତପ୍ରେମୀ ଭାବେ ସମାଜରେ ସୁନାମ ଅର୍ଜନ କରିଥିଲେ। ହାଟଡିହି, ବନ୍ତ ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତାଙ୍କର ଶିକ୍ଷା, ସାହିତ୍ୟ ଓ ସମାଜ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ୱର୍ଗତ ରମାକାନ୍ତ ପହିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମରଣିକା ‘ଶିକ୍ଷାଦୀପ’କୁ ଅତିଥିମାନେ ଉନ୍ମୋଚନ କରିଥିବାବେଳେ ତାଙ୍କର ପ୍ରତିମୂର୍ତ୍ତିକୁ ମଧ୍ୟ ଅନାବରଣ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ସୁଦାମ ଚରଣ ଜେନା, ମୁରଲୀଧର ବେହେରା, ହାସ୍ୟମୟୀ ରାଜ, ଯୋଗାଚାର୍ଯ୍ୟ ବାଇଧର ମୁନି, ଅଲେଖ ଚନ୍ଦ୍ର ନାୟକ, ଅନନ୍ତ ଚରଣ ମୁଦୁଲି, ରୋହିତ କୁମାର ଜେନା, ମଧୁସୂଦନ ଆୟଚ, ବନମାଳୀ ଜେନା, ଜତିନ୍ଦ୍ର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପଦ୍ମନାଭ ଜେନା, ନାରାୟଣ ଚନ୍ଦ୍ର ବେହେରା, ବାମଦେବ ନାୟକ, ଅଭୟ କୁମାର ସାମଲ, ମନୋରଞ୍ଜନ ନାୟକ, ନୃସିଂହ ଚରଣ ସାମଲ, ବିକ୍ରମ କେଶରୀ ବେହେରା, ସତ୍ୟଭାମା ନାୟକ ଓ ପ୍ରୀତିମୟୀ ମହାନ୍ତିଙ୍କ ସମେତ ବହୁ କବି, କବୟିତ୍ରୀ ଓ ସାହିତ୍ୟିକ ଯୋଗଦେଇ ସ୍ୱର୍ଗତ ପହିଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ଯୋଗାଚାର୍ଯ୍ୟ ବାଇଧର ମୁନିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ରମାକାନ୍ତ ସ୍ମୃତି ସଂସଦ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶରତ କୁମାର ପହି, ଶିଶିର କୁମାର ପହି, ଶାନ୍ତନୁ କୁମାର ପହି, ଲକ୍ଷ୍ମୀପ୍ରିୟା ପହି, ମାଳତୀଲତା ପହି, ସବିତା ରାଉତ, ଅନ୍ନପୂର୍ଣ୍ଣା ମଲ୍ଲିକ, ନମିତା ରାଉତ, ବନିତା ପହି, ଚତୁର୍ଭୁଜ ରାଉତ, ମହେନ୍ଦ୍ର କୁମାର ରାଉତ ଓ ବିରେନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ