ବିଜେଡି ଦଳ ତରଫରୁ ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ବିଜେଡି ଦଳ ତରଫରୁ ବିଜେଡି ସୁପ୍ରିମ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 80ତମ ଜନ୍ମ ଦିବସ ପାଳନ ଅବସରରେ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଲା ଉପ ସଭାପତି ପୂର୍ଣଚନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ଯୁବ ନେତା ସିମାଞ୍ଚଳ ଦାସ,ପ୍ରଶାନ୍ତ କୁମାର ମାଦଳା, ସଂଗ୍ରାମ ବୋନଛୋର,ସ୍ୱାଗତ ସୌମ୍ୟ ଲେଙ୍କା ପ୍ରମୁଖଙ୍କ ସମେତ ଅନ୍ୟ ନେତା ଓ କର୍ମୀ ମାନେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଅପରାହ୍ନରେ ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ କେକ କାଟି ଜନ୍ମ ଦିବସ ପାଳନ କରିବା ସହ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣେଇ ପ୍ରଭୁ ଜଗନ୍ନାଥଙ୍କ ଠାରେ ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରିଥିଲେ।


