ସ୍କୁଲ ଏବଂ ଅଙ୍ଗନୱାଡିକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଳାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତର ସାନ୍ତାଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି, ପାନୀୟ ଜଳ ବ୍ୟବସ୍ଥା, ପରିମଳ, ମଧ୍ୟାହ୍ନଭୋଜନ ଖାଦ୍ୟ, ଛତୁଆ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆୟାର ପଚାରିବୁଝିଥିଲେ। ଏଥିସହିତ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ରେଜିଷ୍ଟର ଏବଂ ଅନ୍ୟ ଦସ୍ତାବିଜ ଦେଖିଥିଲେ। ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ପିଲାମାନଙ୍କୁ ପାଠପଢା ବିଷୟରେ ପଚାରିବୁଝିଥିଲେ।


