ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ବାର୍ଷିକୋତ୍ସବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର (ଡାଇଟ୍) ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ମୁର୍ମୁଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ)ମହାବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ, ମୁଖ୍ୟବକ୍ତା ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ରୂପେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦୂର୍ଗା ପ୍ରସାଦ ପଣ୍ଡା,ଅନୁଷ୍ଠାନର ପୂର୍ବତନ ଶିକ୍ଷକ ପ୍ରଦୀପ କୁମାର ରାଏ ଏବଂ ପ୍ରସାଦ କୁମାର ନାୟକ,ତଥା ଅନୁଷ୍ଠାନର ଶିକ୍ଷକ ପ୍ରଦୀପ କୁମାର ଜେନା ଓ ଶିକ୍ଷୟିତ୍ରୀ ମମତା ଜେନା ଏବଂ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ପଣ୍ଡା ମଂଚାସୀନ ଥିଲେ। ଅତିଥି ମାନେ ଗୁରୁ ତାଲିମାର୍ଥୀ ମାନଂକୁ ଜଣେ ଜଣେ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ପରାମର୍ଶ ଦେଇଥିଲେ।ସମାଜରେ ଜଣେ ଶିକ୍ଷକର ଭୂମିକାକୁ ପ୍ରାଂଜଳ ଭାବେ ବୁଝାଇଥିଲେ।ଏହି ଅବସରରେ ବିଭିନ୍ନ ପ୍ରକୃତି ଛାତ୍ରଛାତ୍ରୀ ମାନଂକୁ ଅତିଥି ମାନେ ସମ୍ମାନିତ କରିଥିଲେ। ଗଜପତି କଳା ପରିଷଦର ଗୁରୁ ନରସିଂହ ପ୍ରସାଦ ପାଢୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଶେଷରେ ଏକ ନାଟକ “ଆଧୁନିକ ମଣିଷ” ଛାତ୍ରଛାତ୍ରୀ ମାନଂକ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ