ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଅକ୍ଷୟ କୁମାର ଶତପଥୀ ସୋମବାର ପୂର୍ବାହ୍ନ ସମୟରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି। ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ଭିତ୍ତିଭୂମି ତଦାରଖ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଆଉଟ ଡୋର, ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀ ମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ଥିଲେ। ୱାର୍ଡ ଗୁଡିକରେ କଣ ଆବଶ୍ୟକତା ରହିଛି ସ୍ଥିତି ଅନୁଧ୍ୟାନ କରିଥିଲେ। ଏମିତିକି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପରିଦର୍ଶନ ସମୟରେ ଦେଖିଥିଲେ ଜଣେ ଡକ୍ଟର ମୋବାଇଲି ଫୋନ୍ ଚଲାଉଥିବାରୁ ତାଙ୍କୁ ତାଗିଦ କରିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷାଗାର, ନିରାମୟ କେନ୍ଦ୍ର, ମେଡିକାଲ ପରିସରରେ ଥିବା ଗୃହ ପରିଦର୍ଶନ କରିଥିଲେ।ଏହା ଶହ କର୍ମଚାରୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସଠିକ ସମୟରେ ଆସୁ ନଥିବାରୁ କର୍ମଚାରୀ ଙ୍କୁ ତାଗିଦ କରିବା ସହ ସମୟାନୁବର୍ତ୍ତିତା ହୁଅନ୍ତୁ, ନଚେତ ଆଗାମୀ ସମୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେବା ସହ ଯେଉଁ ମାନେ ସଠିକ ସମୟରେ ସୋମବାର ଆସି ନଥିଲେ ଉପସ୍ଥାନ ରେ ଅନୁପସ୍ଥିତ ପକାଇବାକୁ ନିର୍ଦ୍ଧେଶ ଦେଇଥିଲେ। ଏହା ଶହ ମେଡିକାଲ କୁ ଅଗ୍ରଗତି କରିବା ଶହ କର୍ମଚାରୀ ଙ୍କ ପାଇଁ ଗୃହ ପାଇଁ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କ ଶହ ଆଲୋଚନା କରିବେ ବୋଲି ମତ ଦେଇଥିଲେ।