ଜିଲ୍ଲା ସ୍ତରୀୟ ଜରାୟୁ ଗ୍ରୀବା ଟୀକା କରଣ ଆରମ୍ଭ
ଚିକିଟି,(ଦୀପ୍ତି ରଞ୍ଜନ ପାଢ଼ୀ): ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ଜରାୟୁ ଗ୍ରୀବା ଟୀକାକାରଣ କାର୍ଯ୍ୟକ୍ରମ ର ଆରମ୍ଭ ହୋଇଯାଇଛି.ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରତିନିଧି ଦେବଦତ୍ତ ପଣ୍ଡା ଯୋଗ ଦେଇ ଏହା ର ଶୁଭ ଉଦଘାଟନ ପୂର୍ବକ ମହିଳା ମାନଙ୍କ ମଧ୍ୟରେ ଦେଖା ଯାଉଥିବା ଭିନ୍ନ କର୍କଟ ରୋଗ ପ୍ରଶମିତ ଏହି ଟୀକା ମାଧ୍ୟମ ରେ ହୋଇପାରିବ ବୋଲି କହିଥିଲେ.କେବଳ 14 ବର୍ଷ ର କିଶୋରୀ ବାଳିକା ଙ୍କୁ ଏହା ପ୍ରଦାନ କରାଯିବା କେନ୍ଦ୍ର ସରକାର ଗାଇଡ଼ ଲାଇନ ରଖିଛନ୍ତି ତେଣୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ. ମେଡିକାଲ ଅଫିସର ମୋନଜ କୁମାର ପାଢ଼ୀ ଏହି ଟୀକାଦାନ ପ୍ରଣାଳୀ ସମ୍ପର୍କ ରେ ସମସ୍ତ କର୍ମଚାରୀ ଙ୍କୁ ଅବଗତ କରିବା ସହ କ୍ଷେତ୍ରରେ ଏହା ସମ୍ପର୍କ ରେ ସଚେତନ ପାଇଁ ପରାମର୍ଶ ଦେଇଛନ୍ତି.କାର୍ଯ୍ୟକ୍ରମ ରେ ରୋଗୀ କଲ୍ୟାଣ ସମିତି ସଭ୍ୟ ଅନନ୍ତ ରାମ ପାଣିଗ୍ରାହୀ,ବି ପି ଏମ ରାମଚନ୍ଦ୍ର ସାହୁ,ଏସ ଟି ଏସ ଆଶୁତୋଷ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ।


