ଗଜପତିରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ

ପାରଳାଖେମୁଣ୍ଡି, .୦୬.୦୧.(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ  ସମ୍ମିଳନୀ କକ୍ଷ  ଠାରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି  ଇଂ.ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ  ଜି. ତିରୁପତି ରାଓ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଗୋସାଣୀ  ଏସ.ବାଲା ରାଜୁ, ଅଧ୍ୟକ୍ଷ, ଗୋସାଣୀ ପଞ୍ଚ୍ୟାୟତ ସମିତି ଅଧ୍ୟକ୍ଷ, ଏନ.ବୀରା ରାଜୁ, କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାୟମା, ପାଣି ପଞ୍ଚାୟତ ମୁଖ୍ୟ ଯନ୍ତ୍ରୀ  ଭି.ଏନ. ବେସିନ୍, କ୍ଷୁଦ୍ର ଜଳ ସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସିମାଞ୍ଚଳ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ ଅତିଥି ଗଣ କହିଥିଲେ ଯେ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ ବୈଷୟିକ  ବିଶେଷଜ୍ଞ ନିଜ ନିଜ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ସ୍ୱଳ୍ପ ଅବଧି ଚାଷରେ ହେବା ବେଶୀ ଲାଭବାନ ପାଣି ପଞ୍ଚାୟତ ରେ ଜଳର ସଠିକ ମୂଲ୍ୟାୟନ ଓ ପାଣି ସଞ୍ଚୟ ବଣ୍ଟନର ହେଵ ସୁବ୍ୟବସ୍ଥିତ  ସମୃଦ୍ଧ ଓଡିଶ, ସୁଦୃଢ ପାଣି ପଞ୍ଚାୟତ ଗଠନ ହୋଇପାରିବ। ସେହିପରି ପାଣି ପଞ୍ଚାୟତ ପକ୍ଷ ତତଫରୁ ଶପଥ ପାଠ କରାଯାଇଥିଲା ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ଇଞ୍ଜିନିୟର  ମୋହିତ ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗଜପତି ଜଳସେଚନ ଉପ-ପ୍ରଭାଗ, ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ, ସୂଚାରୁରୂପେ ସମ୍ପାଦନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ