ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ଵର (ସରୋଜ ପଣ୍ଡା):ବାଲେଶ୍ଵର ସହରର ଆଇଟିଆଇ ଛକ ନିକଟ ଇନ୍ଦିରା ଗାନ୍ଧୀ ମାର୍ଗର ଇଶାନ ନଗର ସ୍ଥିତ ଜୟଶ୍ରୀ ହେଲଥ କେୟାର ଏଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଶେଷଜ୍ଞ ଡାକ୍ତର ସରୋଜ ରାଜ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ପ୍ରତି ବାଲେଶ୍ୱର ଜିଲ୍ଲାରେ ଦେଖାଦେଉଥିବା ରକ୍ତର ଅଭାବ ପୂରଣରେ ଜୟଶ୍ରୀ ହେଲଥ କେୟାର ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରୟାସ ବେଶ ପ୍ରଶଂସନୀୟ ତଥା ପ୍ରେରଣାଦାୟୀ ବୋଲି ସେ କହିଥିଲେ । ବିଶେଷ କରି ସାମ୍ପ୍ରତିକ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ପୂରଣରେ ଏହିଭଳି ଶିବିର ଆୟୋଜନ ବେଶ ସହାୟକ ହୋଇପାରୁଛି ବୋଲି ଡାକ୍ତର ରାଜ ମତ ଦେଇଥିଲେ । ଫକୀର ମୋହନ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ବିଶେଷଜ୍ଞ ପ୍ରଫେସର ଚିତ୍ତରଂଜନ ପାଣିଗ୍ରାହୀ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜୟଶ୍ରୀ ହେଲଥ କେୟାର ଏଣ୍ଡ ରିସର୍ଚ୍ଚ ସେଣ୍ଟର କର୍ମକର୍ତ୍ତାଙ୍କ ମହତ ଉଦ୍ୟକୁ ପ୍ରଶଂସା କରିଥିଲେ । ଜିଲ୍ଲାରେ ଦେଖାଦେଉଥିବା ରକ୍ତର ଅଭାବ ପୂରଣରେ କମିଟିର ସହଯୋଗ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଜୟଶ୍ରୀ ହେଲଥ କେୟାର ଏଣ୍ଡ ରିସର୍ଚ୍ଚ ସେଣ୍ଟର ଚେୟାରମେନ ଶ୍ରୀକାନ୍ତ ମହାପାତ୍ର ଏଥିରେ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିବିରରେ ହେଲଥ କେୟରର କର୍ମଚାରୀଙ୍କ ସମେତ ଚିକତ୍ସିତ ହେଉଥିବା ରୋଗୀ ପରିବାରର ସଦସ୍ୟ ସଦସ୍ୟା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଏହି ଶିବିର ପରିଚାଳନରେ ହେଲଥ କେୟରର ନିର୍ଦ୍ଦେଶକ ଅମିତାଭ ମହାପାତ୍ର ଓ ଅମର ମହାପାତ୍ର, ପ୍ରିୟଙ୍କା ମହାନ୍ତି, ସଞ୍ଜୟ ସାହୁ, ସ୍ନେହଲତା ନାୟକ, ଦମୟନ୍ତୀ ବେହେରା, ଜୀବନ ଦାସ, ସଚ୍ଚିଦାନନ୍ଦ ସେନାପତି, ଅରୁଣ କୁମାର ବେହେରା, ରବୀନ୍ଦ୍ର ବିଶ୍ୱାଳ ଓ ଆମ ଓଡ଼ିଶାର ମଳୟ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।


