ଦିଗପହଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରୁ ଆସିଥିବା ୩୮୯ ହିତାଧିକାରୀ ଙ୍କୁ ଦ୍ଵିତୀୟ ଖାନା ସଂଶୋଧିତ ପଟ୍ଟା ଏବଂ ୨୦ ହିତାଧିକାରୀ ଙ୍କୁ ଗ୍ରାମକଣ୍ଠ ପରମ୍ୱୋକ ପଟ୍ଟା ବଣ୍ଟନ କରିବା ସହ ବ୍ଲକ କାର୍ଯ୍ୟାଳୟ ଯୋଗାଣ ବିଭାଗ ପକ୍ଷରୁ ପ୍ରସ୍ତୁତ ୨୧ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ପ୍ରଥମେ ବିଧାୟକ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନୂତନ ପଞ୍ଚାୟତ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆମ ବ୍ୟାଙ୍କ ର ନୂତନ କୋଠା ର ଶୁଭ ଉଦଘାଟନ କରିଥିଲେ । ଆୟୋଜିତ ସଭାରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ଏବିଡିଓ ଉମେଶ ଚନ୍ଦ୍ର ସେଠୀ , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରୟ , ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା , ସରପଞ୍ଚ ପ୍ରିୟଙ୍କା ନାୟକ , ସମିତି ସଭ୍ୟା ଶୈଳ ବେହେରା , ବ୍ଲକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ଲିଙ୍ଗରାଜ ଦୋରା , ଗିତାଞ୍ଜଳୀ ଜାନୀ , ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁପ୍ତେଶ୍ୱରୀ ମଣ୍ଡଳ , କନିଷ୍ଠ ଯନ୍ତ୍ରୀ ଇଂ. ଗିରିଜା ରାଣୀ ସାହୁ , ସାମାଜିକ କର୍ମୀ ମନୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୬୫୦୦ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗଞ୍ଜାମ ଜିଲା ରେ ଯୋଗ୍ୟ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରିବାରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିପାରିଛି ବୋଲି ତହସିଲଦାର ଜଣାଇଛନ୍ତି । ଏହାପରେ ବିଧାୟକ ଘାସିଆମ୍ବ ଗାଁ ରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ରେ ଯୋଗଦେଇଥିଲେ।ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବିଧାୟକ ଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା । ସଭାରେ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ବହୁସଂଖ୍ୟକ ବ୍ୟକ୍ତି ଭାଜପା ରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ ।


