ନିଆଁ ଝୁଲ ଖସି ପିକ୍ ଅପ ଭ୍ୟାନରେ ଥିବା ନଡାରେ ଲାଗିଲା ନିଆଁ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଉର ଗ୍ରାମର ଉର ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ପିକ୍ ଭ୍ୟାନରେ ନଡା ବୋଝେଇ ହୋଇଯାଉଥିବା ଖୋଲା ବିଦ୍ୟୁତ ତାରରୁ ନିଆଁ ଝୁଲ ଖସି ନଡାରେ ନିଆଁ ଲାଗିଯାଇଥିଲା। ଏହାକୁ ସ୍ଥାନୀୟ ଲୋକ ଦେଖି ନିଆଁକୁ ପାଣି ପକାଇବା ସହିତ ନଡାକୁ ଗାଡିରୁ ବାହାରକୁ ଫୋପାଡି ଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଡାବର ଗ୍ରାମରୁ ଜୈନିକ ବ୍ୟକ୍ତି ଏକ ପିକ୍ ଅପ ଭ୍ୟାନରେ ଉର ଗ୍ରାମରୁ ନଡା ବୋଝେଇ କରି ଡାବରକୁ ନେଉଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ତେଂଟୋଇ-ଉର ରାସ୍ତାର ଉର ପ୍ରାଥମିକ ବିଦ୍ୟାଳୟ ନିକଟରେ ୩ଫେଜ୍ ଖୋଲା ବିଦ୍ୟୁତ ତାର ରାସ୍ତା ଉପରେ ଝୁଲିକି ରହିଥିଲା। ଏହି ଗାଡିରେ ଯିବା ବେଳେ ବିଦ୍ୟୁତ ତାରରେ ଲାଗିବା ଯୋଗୁ ସେଥିରୁ ନିଆଁ ଝୁଲ ଖସିଥିଲା। ଫଳ ନଡାରେ ନିଆଁ ଲାଗିଯାଇଥିଲା। ଅନ୍ୟପଟରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ୩ ଫେଜ୍ ଖୋଲା ବିଦ୍ୟୁତ ତାର ଟଣାଯାଇଛି। ଯାହାପାଇଁ ଏହିପରି ଅଘଟଣ ଘଟୁଛି। ଏହି ଖୋଲା ତାରକୁ ପରିବର୍ତନ କରି କେବୁଲ ତାର ସଂଯୋଗ କରିବାକୁ ଗ୍ରାମର କୈଳାଶ ପୁହାଣ, ଭିକାରୀ ସ୍ୱାଇଁ ଆଦି ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ