୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍: ଥାନାରେ ଏତଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ ୟ ଲେନ ରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ର ଙ୍କ ଭ୍ୟାନିଟି ବ୍ୟାଗ ରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୫ ଭରି ଓଜନର ବିଭିନ୍ନ ସୁନା ଗହଣା ବୁଧବାର ଅପରାହ୍ନ ରେ କୌଣସି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି।ସସ୍ମିତା ଦିଗପହଣ୍ଡି ରୁ ସରକାରୀ ଲକ୍ଷ୍ମୀ ବସ ନଂ. (ଓଡ଼ି୦୭ ଏ ୟୁ – ରେ ୨୮୩୫) ଯୋଗେ ଭୀଷ୍ମଗିରି ଗ୍ରାମକୁ ଯାଉଥିବା ବେଳେ ଭ୍ୟାନିଟି ବ୍ୟାଗ ଚେନ ଖୋଲି ସେଥିରେ ୨ ଟି ମନିପର୍ଶ ରେ ରଖିଥିବା ସମସ୍ତ ସୁନା ଗହଣା ଗାଏବ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି।ସେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ରୁ ବସ ରେ ଚଢ଼ିବା ବେଳେ ଯାତ୍ରୀ ଙ୍କ ଗହଳି ର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ସମସ୍ତ ସୁନା ଅଳଙ୍କାର ନେଇଯାଇଥିବା ସସ୍ମିତା ପୋଲିସ କୁ କହିଛନ୍ତି।ପୋଲିସ ସହରର ବିଭିନ୍ନ ଜାଗାରେ ଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ