ନିଶା ମୁକ୍ତ ଭାରତ ସପ୍ତାହ ଅଭିଯାନ ପାଳିତ

ଛତ୍ରପୁର, (ଓ୍ବାଇଏନଏସ):  ରାଜ୍ୟ ସରକାରଙ୍କ ଦ୍ଵାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  କୃଷ୍ଣ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ବିଦ୍ୟାଳୟ ବିପୁଲିଙ୍ଗ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବସ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ନିଶା ମୁକ୍ତ ଭାରତ ସପ୍ତାହ ପାଳିତ ହୋଇଅଛି। ଛାତ୍ର ଛାତ୍ରୀ ମାନେ କିପରି ନିଶା ସେବନ ଠାରୁ ଦୂରେଇ ରହିବା ସହିତ ନିଶା ର କୁ ପ୍ରଭାବ ଉପରେ ବୁଝାଯାଇଥିଲା । ଏଥିରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ନିଶା ର କୁ ପ୍ରଭାବ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛତ୍ରପୁର ନବଜୀବନ -୨ ନିଶା ନିବାରଣ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ  ବିଶ୍ୱକେସନ୍ ଛାଟୋଇ ଉତ୍ତୀର୍ଣ୍ଣ କୃତି  ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରା ଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଶା ନିବାରଣ କେନ୍ଦ୍ରର କର୍ମ କର୍ତ୍ତା ଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ନବଜୀବନ -୨ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ  ବିଶ୍ୱକେସନ୍ ଛାଟୋଇ, ପରାମର୍ଶ ଦାତା  ନିର୍ମଳ କୁମାର ପାଣିଗ୍ରାହୀ, ସମାଜ ସେବକ ବିଶ୍ଵନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ସେହିପରି ଚମାଖଣ୍ଡି ବିଦ୍ୟାଳୟ ଓ ଛତ୍ରପୁର ସ୍ଥିତ ପିଏମଶ୍ରୀ ଅନସ୍ଲୋ ବିଦ୍ୟାଳୟରେ ମଧ୍ୟ୍ୟ ନିଶା ମୁକ୍ତ ଭାରତ ସପ୍ତାହ ଅଭିଯାନ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ