ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ଚୟନ ପ୍ରକ୍ରିୟାରେ ଶେଷ ହେଲା ନିର୍ବାଚନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ମହିଳା ସ୍ନାତକ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଓ ଆଭିମୁଖ୍ୟ ଅନୁଯାୟୀ ଛାତ୍ରୀ ସଂସଦର ବିଭିନ୍ନ ପଦବୀ ପାଇଁ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ରୀ ପ୍ରତିନିଧି ମନୋନୀତ କରାଯାଇଛି। ମହାବିଦ୍ୟାଳୟର ସ୍ଵତନ୍ତ୍ର ଚୟନ କମିଟି ଦ୍ୱାରା ସମସ୍ତ ବିଧିବିଧାନ, ସ୍ଵଚ୍ଛତା ଓ ଶାନ୍ତଶୃଙ୍ଖଳା ରକ୍ଷା କରି ଏହି ପ୍ରକ୍ରିୟା ଅତ୍ୟନ୍ତ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ବେଳେ ମନୋନୀତ ପ୍ରାର୍ଥୀମାନଙ୍କର ଆନୁଷ୍ଠାନିକ ଫଳାଫଳ ପ୍ରକାଶ କରାଯାଇଛି। ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାଗଣ ଛାତ୍ରୀ ସଂସଦ ସଭାପତି କାର୍ତ୍ତିକେଶ୍ୱରୀ ଦେବୀ, ଉପ-ସଭାପତି ମଧୁସ୍ମିତା ଭୂୟାଁ, ଛାତ୍ର ସଂସଦ ସଂପାଦିକା ରୀନା ଭଞ୍ଜ, ନାଟ୍ୟସଂସଦ ସଂପାଦିକା ଉପସିତା ପାଢ଼ୀ, କ୍ରୀଡ଼ା ସଂସଦ ସଂପାଦିକା ସୁଶ୍ରୀ ଭାନୁପ୍ରସାଦିନୀ ରାଉତ, କମନରୁମ୍ ସଂପାଦିକା ସୌମ୍ୟାରାଣୀ ଲିମା ପ୍ରମୁଖଙ୍କୁ ମନୋନୀତ କରାଯାଇଛି, ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣ-ଶିକ୍ଷକ କର୍ମଚାରୀବୃନ୍ଦ ନବ-ମନୋନୀତ ଛାତ୍ରୀ ପ୍ରତିନିଧିମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


