ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସଚେତନତା ରଥ ଶୁଭାରମ୍ଭ

ଛତ୍ରପୁର (ଓ୍ବାଇଏନଏସ):  ଅବକାରୀ ବିଭାଗ ପକ୍ଷରୁ ଛତ୍ରପୁର ସ୍ଥିତ ଡୁଡା କାର୍ଯ୍ୟାଳୟ ପରିସରରେ  ସଚେତନତା ରଥ କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶୁଭାରମ୍ଭ କରିଛନ୍ତି । ଅନ୍ୟ ଏକ ରଥ କୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷିକ କାର୍ଯ୍ୟାଳୟ ପରିସର ରେ ଆରକ୍ଷୀ ଅଧିକ୍ଷିକ ଶୁଭେନ୍ଦୁ କୁମାର ପାତ୍ର   ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ,  ଏହି ଦୁଇଟି ରଥ ଗଞ୍ଜାମ ଜିଲ୍ଲା ର ପ୍ରତେକ ଅଂଚଳ ବୁଲି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ମାଦକ ଦ୍ରବ୍ୟ ବିରୋଧରେ  ଲୋକଙ୍କୁ ସଚେତନତା କରାଇବ । ଆସନ୍ତା ୨୫ ତାରିଖ ପ୍ରଯ୍ୟନ୍ତ ବୁଲିବ। ଏହି ଉଦଘଟଣା କାର୍ଯ୍ୟକ୍ରମ ରେ ଗଞ୍ଜାମ ଅବକାରୀ ଅଧିକ୍ଷକ ଅମେରେନ୍ଦ୍ର ଜେନା, ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ, ଡେପୁଟି ଅବକାରୀ ଅଧିକ୍ଷକ ଅଳକା ସୁନା, ସ୍ୱାଧୀନ ସାହୁ ଙ୍କ ସମେତ ବାବୁ ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।  ଜିଲ୍ଲା ରେ  ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ। ଏହି କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ସଂକଳ୍ପବଦ୍ଧ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ