ବିକଶିତ କୃଷି ସଂକଳ୍ପ ଅଭିଯାନର ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ର ରୁକ୍ମଣୀ ଗାଁ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ର ଦ୍ଵିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଭିତ୍ତିକ ଯୋଜନା ର ପ୍ରଚାର ଓ ପ୍ରସାର ସହ ପ୍ରାୟ ପଂଚାୟତର ୨୫୦ ଚାଷୀ ମାନଙ୍କ ସହ କୃଷି ବୈଜ୍ଞାନିକ ମାନେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ କୃଷି ବୈଜ୍ଞାନିକ ଡ଼. ସୁମନ୍ତ କୁ ମାର ମିଶ୍ର, ଡଃ ସନ୍ଦୀପ କୁମାର ମହାନ୍ତି, ଡଃ ଶୈଳେଶ ସୌରଭ, ଡଃ ଦେବାଶିଷ ଷଡ଼ଙ୍ଗୀ ଏବଂ କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ ଉଦ୍ୟାନ ଅଧିକାରୀ ସନ୍ଦୀପ କୁମାର ବଢ଼େଇ, ସହକାରୀ ମସ୍ୟ ଅଧିକାରୀ ମନୋରଞ୍ଜନ ନାୟକ, ସହକାରୀ ମୃତ୍ତିକା ସରାଂକ୍ଷଣ ଅଧିକାରୀ ଇପ୍ସିତା ମିଶ୍ର ଓ ସମିତି ସଭ୍ୟ ରାମଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇଥିଲେ.. ଛତ୍ରପୁର ବ୍ଲକର ସମସ୍ତ କୃଷି କର୍ମଚାରୀ ଓ ସୋସାଇଟି ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ..


