କେନ୍ଦ୍ରାପଡାରେ ୫ଶହ ଟଙ୍କିଆ ଜାଲ ନୋଟ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବଜାରରେ କାରବାର ହେଉଛି ୫ଶହ ଟଙ୍କିଆ ଜାଲ ନୋଟ। କାରଣ ସମାନ ନମ୍ବର ଥିବା ଦୁଇଟି ୫ଶହ ଟଙ୍କିଆ ନୋଟ ଜଣେ ବ୍ୟବସାୟୀଙ୍କ ପାଖକୁ ଆସିଛି। ବ୍ୟବସାୟୀ ଜଣଙ୍କ ବ୍ୟାଙ୍କକୁ ଟଙ୍କା ପଇଠ କରିବାକୁ ଯିବାବେଳେ ବ୍ୟାଙ୍କରେ ଏହା ଧରାପଡିଛି। ବ୍ୟାଙ୍କ କର୍ମଚାରୀ ମେସିନ ଦ୍ୱାରା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଗୋଟିଏ ୫ଶହ ଟଙ୍କିଆ ନୋଟ ଜାଲ ବୋଲି। ବ୍ୟାଙ୍କ କର୍ମଚାରୀ ବ୍ୟବସାୟୀଙ୍କୁ ନୋଟଟି ଫେରାଇ ଦେଇଛନ୍ତି। ବ୍ୟବସାୟୀ ଜଣଙ୍କ ମଧ୍ୟ ଏନେଇ ଦ୍ୱନ୍ଦରେ ପଡିଛନ୍ତି। ଏହି ନୋଟଟିର ନମ୍ବର -୩୩୯୩୦୬ ରହିଥିବା ବେଳେ ସମାନ ନମ୍ବର ଥିବା ଏକ ବୈଧ ନୋଟ ମଧ୍ୟ ରହିଛି। ତେଣୁ କେନ୍ଦ୍ରାପଡାରେ ଜାଲ ନୋଟ କାରବାର ର‌୍ୟାକେଟ ସକ୍ରୀୟ ଥିବା ବ୍ୟବସାୟୀ ଜଣଙ୍କ କହିଛନ୍ତି। ବ୍ୟବସାୟୀ ଜଣଙ୍କ କହିଛନ୍ତି ଲୋକମାନେ ଟଙ୍କା କାରବାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଠକଙ୍କ ହାବୁଡରେ ପଡି କ୍ଷତିଗ୍ରସ୍ତ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ