ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଡ଼ିମିରିଆ ପ୍ରାଥମିକ ବିଦ୍ୟାଳୟରୁ ବିଦାୟ ନେଇଛନ୍ତି ପ୍ରଧାନ ଶିକ୍ଷକ ବିବେକାନନ୍ଦ ବେହେରା। ଏଥିପାଇଁ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦିଆ ଯାଇଛି ଉଛସ୍ବିତ ବିଦାୟ ସମ୍ବର୍ଦ୍ଧନା। ଆଜି ସକାଳେ ଶତାଧିକ ଅଭିଭାବକ, ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀ ମାନେ ତାଙ୍କୁ ତାଙ୍କ ବ୍ରାହ୍ମଣୀକଳା ବାସଭବନରୁ ବାଜା ବଜାଇ, ବାଣ ଫୁଟାଇ ଭବ୍ୟ ଶୋଭାଯାତ୍ରାରେ ଡ଼ିମିରିଆ ସ୍କୁଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସେଠାରେ ଅଜୟ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ସଭାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ହାଟଡିହି ବ୍ଲକର ବିଇଓ ରାଜୀବ ଦଳେଇ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ଯେନା, ହାବଳେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକ, ପ୍ରାକ୍ତନ ବ୍ଳକ ଶିକ୍ଷା ଅଧୁକାରୀ ଶରତ କୁମାର ରାଉତ, ପ୍ରାକ୍ତନ ବ୍ଳକ ଶିକ୍ଷା ଅଧୁକାରୀ ଉତ୍ତମ କୁମାର ନାୟକ, ବାଂଶପାଳ ବ୍ଲକର ପ୍ରାକ୍ତନ ବ୍ଳକ ଶିକ୍ଷା ଅଧୁକାରୀ ସନାତନ ରାଉତ, ଅବସର ପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ବାସୁଦେବ ନାୟକ, ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ଶ୍ରୀକାନ୍ତ କୁମାର ସାଇଁ, ଷଡଙ୍ଗ ସାଧନ କେନ୍ଦ୍ର ସଂଯୋଜକ ରାଜେନ୍ଦ୍ର କୁମାର ବଳ, ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ସେଠୀ, ପ୍ରାକ୍ତନ ଏବିଇଓ ବିନୋଦ କୁମାର ରାଉତ, ପ୍ରାକ୍ତନ ଏବିଇଓ ସୁରେଶ କୁମାର ଜେନା, ସଡ଼ଙ୍ଗ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ବାରଟିପୂରା ନୀଳ କଣ୍ଠେଶ୍ଵର ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବର୍ଣ୍ଣ କୁମାର ପଲେଇ, ଇଞ୍ଚୋଳ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ଆଇତିପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଅବସର ନେଉଥିବା ପ୍ରଧାନଶିକ୍ଷକ ବିବେକାନନ୍ଦ ବେହେରାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ ଜଣେ କର୍ତ୍ତବ୍ୟ ନିଷ୍ଠ, ସମୟାନୁରାଗୀ, ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ତରୀୟ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


