ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଢେ଼ଙ୍କା ପଞ୍ଚାୟତ ମଟରାଗାଡିଆ ସ୍ଥିତ ଉତ୍ତରେଶ୍ୱର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମଣ୍ଡଳ ଓ ସହକାରୀ ଶିକ୍ଷକ ପ୍ରସାନ୍ତ ମହାନ୍ତିଙ୍କୁ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି। ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଚତୁର୍ଭୁଜ ପହିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ଓଏଏସ ଅଫିସର ଡ ହରିହର ମହାପାତ୍ର, ମୂଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକ ଏବିଇଓ ତଥା ବିଆରସିସି ପ୍ରମୋଦ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଢେ଼ଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନି ସେଠୀ,  ଶିକ୍ଷକ ସଂଘର କର୍ମକର୍ତ୍ତା କାହ୍ନୁ ଚରଣ ମିଶ୍ର, ମହେନ୍ଦ୍ର କୁମାର ଶାସିନି, ପୁର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତିବାଳା ଚକ୍ର ପ୍ରମୁଖ ଯୋଗଦେଇ ବିଦୟୀ ଶିକ୍ଷକ ଦ୍ୱୟ ୩୪ବର୍ଷ ଧରି ଏହି ବିଦ୍ୟାଳୟରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଅନେକ କୃତୀ ଛାତ୍ର ଛାତ୍ରୀ ସୃଷ୍ଟି କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଦ୍ବୟଙ୍କ ସମ୍ପର୍କରେ ନିଜ ନିଜର ଅଭିମତ ରଖିଥିଲେ। ପ୍ରାରମ୍ଭରେ ଉଭୟ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ନିକଟକୁ ପାଛୋଟି ଅଣାଯାଇଥିଲା। ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ପୂର୍ଣ୍ଣିମା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ପଳତା ଧନ୍ୟବାଦ ଅର୍ପଣ କରିଥିଲେ।  ଅଭୟ ନାୟକ, ରବୀନ୍ଦ୍ର ନାୟକ, ହିମାଂଶୁ ନାୟକ ସୁଧାଂଶୁ ନାୟକ , ମାନସ ନାୟକ, ଆକାଶ ନାୟକ, ରାମଚନ୍ଦ୍ର ସେଠୀ, ଅଲେଖ ସେଠୀ, ରତ୍ନାକର ପ୍ରଧନ, ନାରାୟଣ ନାୟକ, ପ୍ରଦିପ ସେଠୀ, ଅନାମ ନାୟକ, ମନୋଜ ନାୟକ, ରାଜେଶ କୁମାର ନାୟକ, ସତ୍ୟବ୍ରତ ସେଠୀ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ