ରସାବଳୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ତିନିମୁହାଣୀସ୍ଥିତ ଶ୍ରୀରାମମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଉମାଶଙ୍କର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ରସାବଳୀ ଦିବସ ପାଳନ ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଆସନ୍ତା ୨୭ତାରିଖ ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିବସ ଅବସରରେ ରସାବଳୀ ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୨୨ତାରିଖରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ଉକ୍ତଦିନ ରଥଦାଣ୍ଡସ୍ଥିତ ଯାତ୍ରୀନିବାସରେ ଏକ ଉତ୍ସବ ଅନୁଷ୍ଠିତ ହୋଇ ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଏକ କମିଟି ଗଠନ କରାଯାଇ ସର୍ବସମ୍ମତିକ୍ରମେ ସଭାପତି ଭାବେ ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ଉପସଭାପତି ଆଶିଷ ମେକାପ ଓ ଜାନକିବଲ୍ଲଭ ସାମନ୍ତରାୟ, ସମ୍ପାଦକ ଉମାଶଙ୍କର ଜେନା, କୋଷାଧ୍ୟକ୍ଷ ଗୋଲଖ ଚନ୍ଦ୍ର ପଢିଆରୀ,ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଭାବେ ଚିତ୍ତରଞ୍ଜନ ଦାସ ଓ ଦୁର୍ଗା ପ୍ରସାଦ ପତି, ସହ ସମ୍ପାଦକ ଭାବଗ୍ରାହୀ ସାହୁ ଓ ଆଦିତ୍ୟ ପତିଙ୍କୁ ମନୋନୟନ କରାଯାଇଥିଲା। ଏକ ଉପଦେଷ୍ଟାକମିଟି ଗଠନ କରାଯାଇ ସେଥିରେ ଭକ୍ତପ୍ରିୟ ଦାଶ, ମହେନ୍ଦ୍ର ରାଉତ, ରାଜକିଶୋର ସାହୁ, ଗୈାତ୍ତମ ମଲ୍ଲିକ, ଶଶୀକାନ୍ତ ବଳ, ମନୋଜ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ଜେନା, ବିବେକାନନ୍ଦ ମହାରଣା ଓ ଫକିର ଚରଣ ସାହୁ ପ୍ରମୁଖଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା।


